ତ୍ରିନାଥ ମନ୍ଦିରରେ ବୁଲାଇଲେ କଳାକନା

ବ୍ରହ୍ମପୁର ଅଫିସ,୧୬।୨: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଶ୍ରୀକୃଷ୍ଣନଗରରେ ଥିବା ତ୍ରିନାଥ ମନ୍ଦିରରୁ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ ୯୦/୨୩) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ପୂଜକ ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଆସିଥିଲେ। ହେଲେ ସେ ମନ୍ଦିର ଗ୍ରୀଲ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଟ୍ରଷ୍ଟି ମନୋଜ କୁମାର ତରାଇଙ୍କୁ ଜଣାଇଥିଲେ। ମନୋଜ ମନ୍ଦିରରେ ପହଞ୍ଚି ଟଙ୍କା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହି ସମ୍ପର୍କରେ ସେ ବଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

 

Share