Advertisement

ରାତିଅଧରେ କରୁଥିଲେ ପାଇପ୍‌ ଚୋରି, ମାଡ଼ିବସିଲେ…

ଦାରିଙ୍ଗବାଡ଼ି,୧୭। ୭ (ଅରୁଣ ସାହୁ)ଦାରିଙ୍ଗବାଡ଼ି ସମେତ ସୁଲୁମାହା, ଶ୍ରାନିକେତା, ତେରାବାଡ଼ି ଆଦି ଗ୍ରାମରେ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଗଚ୍ଛିତ ଥିବା ପାଣି ପାଇପ୍‌କୁ ଦୃର୍ବୃତ୍ତମାନେ ଚୋରି କରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଘଟଣା ସ୍ଥଳରୁ ପାଇପ୍‌ ଲୋଡ଼ ହୋଇଥିବା ଏକ ଟ୍ରକ ସମେତ ଚାଳକ, ହେଲ୍‌ପର ଏବଂ ଚୋରି କରୁଥିବା କେତେଜଣ ଦୁର୍ବୃତ୍ତଙ୍କୁ ପୋଲିସ ଓ ଠିକା ସଂସ୍ଥାର ଲୋକମାନେ କାବୁ କରି ଥାନାକୁ ଆଣିଛନ୍ତି। ଏକ ଠିକା ସଂସ୍ଥା ପକ୍ଷରୁ ଦାରିଙ୍ଗବାଡ଼ି ସମେତ ସୁଲୁମାହା, ଶ୍ରାନିକେତା, ତେରାବାଡି ଆଦି ଗ୍ରାମରେ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଠିକା ସଂସ୍ଥା ପକ୍ଷରୁ ସୁଲୁମାହାଠାରେ କ୍ୟାମ୍ପ କରି ମୂଲ୍ୟବାନ୍‌ ପାଇପ ଗଚ୍ଛିତ ରଖାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ଛତିଶଗଡ଼ ନମ୍ବର ଥିବା ଏକ ଟ୍ରକରେ ଦୁର୍ବୃତ୍ତ ଆସି ପାଇପ୍‌ ଚୋରି କରି ଲୋଡ଼ କରୁଥିଲେ। ଏହି ସମୟରେ ଠିକା ସଂସ୍ଥାର ଲୋକଙ୍କ ନଜରରେ ପଡ଼ିବାରୁ ସେମାନେ ପୋଲିସକୁ ଜଣାଇଥିଲେ। ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଧରି ଥାନାକୁ ନେଇ ପଚରାଉଚରା କରୁଛି। ସେପଟେ ଠିକା ସଂସ୍ଥାର ସାଇଡ୍‌ ଇନ୍‌ଚାର୍ଜ ଦିନେଶ ଗଣେଶ ମଙ୍ଗଳବାର ଥାନାରେ ଅଭିଯୋଗ ପତ୍ର ଦେବାକୁ ପହଞ୍ଚିଥିବା କହିଛନ୍ତି। ଅଭିଯୋଗକାରୀଙ୍କୁ ଦୁର୍ବୃତ୍ତମାନେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବେଳେ ରବିବାର ରାତିରେ ମଧ୍ୟ ସେହି ସ୍ଥାନରୁ ୧୧୮ ଖଣ୍ଡ ପାଇପ ଚାରି ହୋଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share