ଗ୍ୟାରେଜରୁ ଚୋରି କରି ବନ୍ଧା ହେଲେ

ଝାରସୁଗୁଡ଼ା ଅଫିସ,୧୫।୭: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଧୀନ ଯୋବ ଛକର ଏକ ଗ୍ୟାରେଜରୁ ଚୋରି ଅଭିଯୋଗରେ ଗଙ୍ଗାନଗର ଅଞ୍ଚଳର ମହମ୍ମଦ ସକିଲ (୨୨)ଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗତ ୧୨ତାରିଖ ରାତିରେ ଗ୍ୟାରେଜରେ ଥିବା ପୋକଲିନ ମେଶିନର ଗିୟର ବକ୍ସ ଚୋରି ହୋଇଥିବା ଗ୍ୟାରେଜ ମାଲିକ ପ୍ରଶାନ୍ତ ବେନିୟା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଗଙ୍ଗାନଗର ଫାଟକପଡ଼ା ଅଞ୍ଚଳର ସକିଲଙ୍କୁ ଗିରଫ କରି ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଜଣଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କଲ୍ୟାଣୀ ବେହେରା କହିଛନ୍ତି।