ଶିବ ମନ୍ଦିରରୁ ଚନ୍ଦନ ଗଛ ଚୋରି

ଭୁବନ, ୨୪।୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ଭୁବନ ବ୍ଲକ ଗୋବିନ୍ଦପୁର ଗ୍ରାମ ଶୈବପୀଠ ପରିସରରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଛନ୍ତି। ରବିବାର ସକାଳେ ମନ୍ଦିର ଖୋଲିବା ପରେ ଏହା ଜଣାପଡ଼ିଥିଲା। ଏ ନେଇ ମଠକରଗୋଳା ବନ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ କେହି ଆସି ନ ଥିଲେ, ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ରେଞ୍ଜର ଅନିତା ସେଠୀ କୁହନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ଫରେଷ୍ଟରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ।