ଷ୍ଟାଇଲ୍‌ରେ ଚୋରି କରିନେଲେ ଦର୍ଶକଙ୍କ ହୃଦୟ

ମୁମ୍ବାଇ: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଗ୍ଲାମରସ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଏକ ଝଲକ ପାଇବାକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏବେ ସେ ପୁଣି ଥରେ ପ୍ରଶଂସକଙ୍କ ହୃଦୟକୁ ହଟ୍‌ କରିଛନ୍ତି।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଇଣ୍ଡୋ-ଓ୍ବେଷ୍ଟର୍ଣ୍ଣ ଲୁକ୍‌ରେ ଫଟୋ ଶେୟାର କରିଛନ୍ତି।  ସେ ଲେହେଙ୍ଗା ପରି ଘାଗରା। ଏକ ସ୍ଲିଭଲେସ ଡିପ୍‌ ନେକ୍‌ ବ୍ଲାଉଜ ପିନ୍ଧିଛନ୍ତି। ଫଟୋରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଛନ୍ତି।

ରଶ୍ମିକାଙ୍କ ଫଟୋରେ ଜଣେ ୟୁଜର ଲେଖିଛନ୍ତି, ତୁମ ହସ ସ୍ବର୍ଗ। ଏହା ବ୍ୟତୀତ ଅନ୍ୟ ପ୍ରଶଂସକମାନେ ତାଙ୍କ ଷ୍ଟାଇଲ୍‌ ଏବଂ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ରଶ୍ମିକାଙ୍କ ଫଟୋ ୧୯ ଲକ୍ଷରୁ ଅଧିକ ଲାଇକ୍‌ ପାଇଛି। ଫଟୋ ଶେୟାର କରିବା ସହିତ ସେ ଲେଖିଛନ୍ତି, ‘ବିଗତ ଦିନ … ଟ୍ରେଲର ବିଷୟରେ ତୁମେ କିପରି ଅନୁଭବ କଲ?’। ଏହା ପରେ ଲୋକମାନେ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି।

Share