ରାଣୀବର ପାହାଡ଼ରୁ ମରମ ଚୋରି

ଗଞ୍ଜାମ,୨୨।୬(ବିଦ୍ୟାଧର ସାହୁ )ରାଣୀବର ପାହାଡ଼ରୁ ମରମ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଉକ୍ତ ଚୋରି ମରମ ଗଞ୍ଜାମ ବ୍ଲକ ରମ୍ଭା ଥାନା କାଠଗସ୍ଥିତ ପଠାଣ ବସାଠାରେ ହୋଇଥିବା ଜଣା ପଡିଛି l ମରମ ଚୋରି ଘଟଣାକୁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଅସ୍ବୀକାର କରିଛନ୍ତି l ତିରିଶ ଟ୍ରିପ ମରମ ନେବା ଲାଗି ଲାଉପୁଟ ଅଞ୍ଚଳର ଜଣେ ବ୍ୟକ୍ତି ତହସିଲ କାର୍ଯ୍ୟାଳୟରେ ରାଜସ୍ବ ବାବଦକୁ ରୟାଲିଟି ବାନ୍ଧିଛନ୍ତି। କିନ୍ତୁ ୩୦ ଟ୍ରିପ ବଦଳରେ ଅଧିକ ୫୦ ଟ୍ରିପ ମରମ ନେଇଯାଇଛନ୍ତି। ଆହୁରି ଅଧିକ ଟ୍ରିପର ମରମ ନେଇଛନ୍ତି ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ତଦନ୍ତ ଚାଲିଛି। ରାଜସ୍ବ ବାବଦକୁ ଯେତିକି ଟଙ୍କା ପଡିବ ଉକ୍ତ ବ୍ୟକ୍ତିଙ୍କ ଠାରୁ ଆଦାୟ କରାଯିବ ବୋଲି ତହସିଲଦାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏଥିସହ ରୟାଲିଟି ବାନ୍ଧିଥିବା ବ୍ୟକ୍ତିଙ୍କ ବିନା ଅନ୍ୟ କୌଣସି ବ୍ୟକ୍ତି ସେଠାରୁ ମରମ ନେଇ ନାହାନ୍ତି ବୋଲି ସେ କହିଛନ୍ତି l ଅନ୍ୟପଟେ ମରମ ଚୋରି ଘଟଣାକୁ ନେଇ ଗଞ୍ଜାମ ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l