ବ୍ରହ୍ମପୁର ଅଫିସ,୨୨ା୮: ଏମ୍କେସିଜି ହସ୍ପିଟାଲ ମେଡିସିନ ୱାର୍ଡରୁ ଜଣେ ମହିଳାଙ୍କ ଭ୍ୟାନିଟିରୁ ଟଙ୍କା, ବିଭିନ୍ନ କାଗଜପତ୍ର ସହ ମୋବାଇଲ ଚୋରି ହୋଇଛି। ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୨୯୦/୨୨) ରୁଜୁ କରିଛି। ଲୁଟେରାଙ୍କୁ ଧରିବା ପାଇଁ ହସ୍ପିଟାଲ ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍ ପୋଲିସ ଯାଞ୍ଚ କରୁଛି।
ମିଳିଥିବା ସୂଚନା ମୁତାବକ, ଜରଡ଼ା ଥାନା ଅଧୀନ ଖାରିଆଗୁଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଏମ୍କେସିଜିରେ ଗତ ୨୦ ତାରିଖରେ ଭର୍ତ୍ତି କରାଯାଇଥିଲା। ଜଗନ୍ନାଥଙ୍କ ପାଖରେ ତାଙ୍କ ସ୍ତ୍ରୀ ସୁନିତା ରହୁଛନ୍ତି। ହେଲେ ରବିବାର ରାତିରେ ସୁନିତା ମେଡିସିନ ୱାର୍ଡରେ ଶୋଇଥିଲେ। ଭୋରରେ ଉଠି ଦେଖିବା ବେଳେକୁ ଭ୍ୟାନିଟିରୁ ଟଙ୍କା, ମୋବାଇଲ ଓ ଅନ୍ୟାନ୍ୟ କାଗଜ ପତ୍ର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।