Categories: ଖେଳ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଷ୍ଟିମାକ୍‌ ନୂଆଦିଲ୍ଲୀ, ୧୮ା୭: ଆଗାମୀ ଏସିଆନ ଗେମ୍ସରେ ଭାରତୀୟ ଫୁଟ୍‌ବଲ ଦଳର ଅଂଶଗ୍ରହଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଭାରତ ମୁଖ୍ୟ କୋଚ୍‌ ଇଗୋର ଷ୍ଟିମାକ୍‌। ଚାଇନାର ହାଙ୍ଗ୍‌ଝୋଠାରେ ଏସିଆନ ଗେମ୍ସ ସେପ୍ଟେମ୍ବର ୨୩ରୁ ହେବ। ଷ୍ଟିମାକ୍‌ଙ୍କ ତତ୍ତ୍ୱାବଧାନରେ ଏକ ୨୩ ବର୍ଷରୁ କମ୍‌ ଦଳକୁ ପଠେଇବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଯୋଜନା କରିଥିଲା। କିନ୍ତୁ ଏସିଆର ଶ୍ରେଷ୍ଠ ୮ ଦଳ ମଧ୍ୟରେ ରହି ନ ଥିବାରୁ ଭାରତୀୟ ଦଳ କ୍ରୀଡ଼ା ମନ୍ତ୍ରଣାଳୟର ମାନଦଣ୍ଡ ପୂରଣ କରିପାରି ନ ଥିଲା। ସୋସିଆଲ ମିଡିଆରେ ଷ୍ଟିମାକ୍‌ ତାଙ୍କର ଏକ ଲମ୍ବା ପୋଷ୍ଟରେ ଲେଖିଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ସେ ୨୦୧୭ର ୧୭ ବର୍ଷରୁ କମ୍‌ ଦଳର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ଏହି ଦଳ ୨୩ ବର୍ଷରୁ କମ୍‌ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଖୁବ୍‌ ଭଲ ପ୍ରଦର୍ଶନ କରିଥିଲା। ଏହା ଏକ ଦକ୍ଷ ଦଳ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏସିଆନ ଗେମ୍ସରେ ଅଂଶଗ୍ରହଣରୁ ବଞ୍ଚିତ ହେବାକୁ ଯାଉଛି। ମୋଦିଙ୍କ ବ୍ୟତୀତ ଷ୍ଟିମାକ୍‌ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ନିବେଦନ କରିଛନ୍ତି। ଏସିଆନ ଗେମ୍ସରେ ଭାଗ ନେବା ଲାଗି ଭାରତୀୟ ଦଳ ପ୍ରକୃତରେ ହକ୍‌ଦାର। ଦଳ ନ ପଠାଇବା ଲାଗି ଯେଉଁ କାରଣ ଦର୍ଶାଯାଇଛି ତାହା ଯଥାର୍ଥ ନୁହେଁ ବୋଲି ସେ କହିଛନ୍ତି।

Share