ନୂଆଦିଲ୍ଲୀ,୩୦।୬: ବର୍ତ୍ତମାନ କଞ୍ଚାମାଲ୍ ଦରବୃଦ୍ଧି ଜାରି ରହିଥିବା କାରଣରୁ ଜୁଲାଇ ପହିଲାରୁ ପୁଣିଥରେ ଷ୍ଟିଲ୍ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଏପରିକି ଜେଏସ୍ପିଏଲ୍ର ମ୍ୟାନେଜିଂ ଡାଇରେକ୍ଟର ବି.ଆର୍ ଶର୍ମା, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଦର ବୃଦ୍ଧି ସମ୍ପର୍କରେ ସମ୍ୟକ ସୂଚନା ଦେଇଛନ୍ତି। ସେହିଭଳି କୋଇଲା ଟନ୍ ପିଛା ୧୭,୦୦୦ ଟଙ୍କା ଥିବା ବେଳେ ପ୍ରମୁଖ ସପ୍ଲାୟର ଓଡ଼ିଶା ଖଣିଜ ନିଗମର ଷ୍ଟିଲ୍ ଦର ବର୍ତ୍ତମାନ ଅଧିକ ରହିଛି। ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଏବଂ କୋଇଲା ଉପଲବ୍ଧତାରେ ହ୍ରାସ କାରଣରୁ ଦର ବୃଦ୍ଧି ଦେଖା ଦେବ ବୋଲି ସେ ସେ ମତ ବ୍ୟକ୍ତ କରିଛନ୍ତି। ଏହାଛଡ଼ା ସେକେଣ୍ଡ୍ କ୍ଲାସ୍ ଷ୍ଟିଲ୍ ଉତ୍ପାଦନକାରୀମାନେ ଗତ ୪ ଦିନ ତଳେ ଟନ୍ ପିଛା ୨୦୦୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ବର୍ଦ୍ଧିତ ଦର ଟନ୍ ପିଛା ୫୫,୦୦୦ ଟଙ୍କାରେ ପହଞ୍ଚିଥିବା ଶର୍ମା ସୂଚନା ଦେଇଛନ୍ତି।