ମୁମ୍ବାଇ: କରୋନା ମହାମାରୀ ଚାପରୁ ଦେଶର ଇସ୍ପାତ ଉତ୍ପାଦନ କ୍ଷେତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମକୁଳି ପାରିନାହିଁ। ଏହାର ପ୍ରଭାବ ଘରୋଇ ବଜାରରେ ଲାଗି ରହିଛି। ଅଗଷ୍ଟ ମାସରେ ଦେଶର ଅଶୋଧିତ ଇସ୍ପାତ ଉତ୍ପାଦନ ୪% ହ୍ରାସ ଘଟି ୮୪.୭୮ ଲକ୍ଷ ଟନ୍ ରହିଛି। ଓ୍ବାର୍ଲଡ ଷ୍ଟିଲ ଆସୋସିଏଶନ ପ୍ରଦାନ କରିଥିବା ସଦ୍ୟତମ ଡାଟା ମୁତାବକ, ଗତ ବର୍ଷ ସମାନ ସମୟରେ ଭାରତ ୮୮.୬୯ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କରିଥିଲା। ବର୍ତ୍ତମାନ ବିଶ୍ୱ ବଜାରରେ ଇସ୍ପାତ ଉତ୍ପାଦନରେ ସୁଧାର ଆସୁଥିବା ଦେଖାଯାଉଛି। ୬୪ ଦେଶରେ ଅଶୋଧିତ ଇସ୍ପାତ ଉତ୍ପାଦନ ୦.୬% ବଢିବା ଯୋଗୁ ୧୫.୬୨ କୋଟି ଟନ୍ ରହିଛି।