ଆଜିକାଲି କେତେକ କ୍ଷେତ୍ରରେ ଷ୍ଟେମ୍ ସେଲ୍ର ବ୍ୟବହାର କରାଯାଉଛି। ଏହାଦ୍ୱାରା ମସ୍ତିଷ୍କର ସେଲ୍ (ଟିସୁ)କୁ ବିକଶିତ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି ସିଡ୍ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ। ସେମାନେ ନିକଟରେ ଏପରି ଏକ ଷ୍ଟେମ୍ ସେଲ୍ ପ୍ରସ୍ତୁତ କରିଛନ୍ତି। ପରୀକ୍ଷାମୂଳକ ଭାବରେ ଏହି ନୂଆ ଷ୍ଟେମ୍ ସେଲ୍କୁ ମୂଷାଙ୍କର ମସ୍ତିଷ୍କରେ ପ୍ରତିରୋପଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏଥିରୁ ସଫଳତା ମିଳିବା ପରେ ଏହି ଷ୍ଟେମ୍ ସେଲ୍କୁ ମନୁଷ୍ୟମାନଙ୍କ ମସ୍ତିଷ୍କରେ ପ୍ରତିରୋପଣ କରି ସଫଳତା ମିଳିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେବେ ଏହା ପୂର୍ବରୁ ସେମାନେ ଉକ୍ତ ଷ୍ଟେମ୍ ସେଲ୍ ଉପରେ ଆହୁରି ଗବେଷଣା କରିବାକୁ ଯୋଜନା କରିଛନ୍ତି ବୋଲି ଏହି ଗବେଷଣାର ମୁଖ୍ୟ ଡା. ଜେରୁଜେନ୍ କ୍ଲୋବିଲିଚ୍ ପ୍ରକାଶ କରିଛନ୍ତି।