Categories: ବାଣିଜ୍ୟ

ସିବିଆଇର ଷ୍ଟାପ୍‌ କେୟାର ପ୍ରୋଗ୍ରାମ

ଭୁବନେଶ୍ୱର,୨୯।୬: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ସିବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଏକ ‘ଷ୍ଟାପ୍‌ କେୟାର ପ୍ରୋଗ୍ରାମ’ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ପୂର୍ବତନ ବରିଷ୍ଠ ଅଧିକାରୀମାନଙ୍କର ଏକ ସୌଜନ୍ୟମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଶ୍ରୀଶ କୁମାର ଶର୍ମା ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲାବେଳେ ଉପ-କ୍ଷେତ୍ରୀୟ ମୁଖ୍ୟ ସୁରେଶ ଚନ୍ଦ୍ର ଏବଂ ମୁଖ୍ୟ ପ୍ରବନ୍ଧକ ବି.କେ.ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ପୂର୍ବତନ ଅଧିକାରୀମାନଙ୍କ ଅଭିଜ୍ଞତାରୁ କିଛି ଶିଖିବା ଓ ତାହାକୁ ଦୈନନ୍ଦିନ କାର୍ଯ୍ୟରେ ବିନିଯୋଗ କରିବା ଥିଲା ଏହି ପ୍ରୋଗ୍ରାମ ବା ବୈଠକର ମୂଳଲକ୍ଷ୍ୟ। ଏଥିରେ ଉପସ୍ଥିତ ସମସ୍ତ ଅଧିକାରୀ ଗୋଟିଏ ପରିବାରର ସଦସ୍ୟ ହୋଇଥିବାରୁ ବ୍ୟବସାୟିକ ଅଭିବୃଦ୍ଧିରେ ଆବଶ୍ୟକ ସହଯୋଗ କରିବାକୁ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀଶ ଶର୍ମା ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅଧିବେଶନଟି ଭାବାନୁପ୍ରଦାନ ସମ୍ପନ୍ନ ହୋଇଥିଲାବେଳେ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ନିଜ ନିଜର ମତାମତ ଦେବା ସହ ବ୍ୟାଙ୍କର ବ୍ୟବସାୟିକ ବିକାଶ ଉପରେ ସେମାନଙ୍କର ପରାମର୍ଶ ମଧ୍ୟ ଦେଇଥିଲେ। ସେହିପରି ପୁନର୍ବାର ସାକ୍ଷାତ ହେବାର ଆଶା ସହିତ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା। ଏହି ଅବସରରେ ବ୍ୟାଙ୍କର ପୂର୍ବତନ ମହାପ୍ରବନ୍ଧକ ଡି.ଡି. ନାଏକ, ପୂର୍ବତନ ଉପ-ମହାପ୍ରବନ୍ଧକ ପି.କେ. ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Share