Categories: ଜାତୀୟ

‘କିରଣ ବେଦୀଙ୍କୁ ବହିଷ୍କାର କର’

ପୁଡ଼ୁଚେରୀ, ୧୧।୧: ଉପରାଜ୍ୟପାଳ କିରଣ ବେଦୀଙ୍କ ବହିଷ୍କାର ଦାବିରେ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଧାରଣା ରବିବାର ତୃତୀୟ ଦିନରେ ପହଞ୍ଚତ୍ଛି। ସେ ବେଦୀଙ୍କ ସରକାରୀ ବାସଭବନ ନିକଟରେ ବସି ରହିଛନ୍ତି। ଆସନ୍ତା ମେ’ ମାସରେ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଥିବାବେଳେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ବେଦୀ ପୁଡ଼ୁଚେରୀ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ନାରାୟଣସ୍ବାମୀ ଅଭିଯୋଗ କରିଛନ୍ତି।

Share