କ୍ରିମିୟାରେ ପାଦ ଦେଲେ ହେବ ବୋମାବର୍ଷା, ବ୍ରିଟେନ୍‌କୁ ରୁଷିଆର ନାଲି ଆଖି…

ମସ୍କୋ,୧୫।୭: ରୁଷିଆ ବ୍ରିଟେନ୍‌କୁ କ୍ରିମିୟା ପ୍ରସଙ୍ଗଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। କ୍ରିମିୟାରେ ପାଦ ଦେଲେ ବୋମାବର୍ଷା ହେବ ବୋଲି ନାଲି ଆଖି ଦେଖାଇ ରୁଷିଆ କହିଛି। କ୍ରିମିୟା ପ୍ରସଙ୍ଗରେ ରୁଷିଆର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ୍‌ ପୋପାଭ କହିଛନ୍ତି ଯେ, ବ୍ରିଟେନ୍‌ର ରୟାଲ ନେଭି ଏଠାକୁ ଆସିଲେ ସେମାନଙ୍କୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ତେଣୁ ରୁଷିଆକୁ ଉସୁକାଇବା ଭଳି କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ। ଅଯଥାରେ ଉତ୍ତେଜନା ସୃଷ୍ଟି କଲେ ପରିସ୍ଥିତି ଭୟାବହ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Share