ଶାରିଶୂଆକୁ ସଜେଇବାକୁ ନିଆଗଲା ପଦକ୍ଷେପ : ସ୍ଥାନ ଅନୁଧ୍ୟାନ ପାଇଁ ପହଞ୍ଚିଲେ ଇଞ୍ଜିନିୟରିଂ ଟିମ୍‌

ଖଇରା, ୨୯।୮(ଡି.ଏନ.ଏ)-ବଦଳିବ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ସୌନ୍ଦର୍ଯ୍ୟ। ଖଣି ମାଫିଆମାନଙ୍କ ଲୋଲୁପ ଦୃଷ୍ଟିରୁ ବାହାରି ଏବେ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି ା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଆର୍କିଟେକ୍ଚର ଏବଂ ଇଂଜିନିୟରିଂ ଟିମ୍‌ ତଥା ବନ ବିଭାଗର ଏକ ଟିମ ଶୁକ୍ରବାର ଶାରୀଶୂଆ ପାହାଡ କପିଳଝୁରୀ ବନ୍ଧନଟାରେ ଥିବା ଜଳ ପ୍ରପାତ ଅଞ୍ଚଳକୁ ବୁଲି ଦେଖିବା ସହ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାଥମିକ ଖସଡା ପ୍ରସ୍ତୁତ କରିଥିଲେ ା ମନ୍ତ୍ରୀ ପାଣିଗ୍ରାହୀଙ୍କ ସହ ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ, ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, କୁପାରୀ ସରପଞ୍ଚ ଭବଜ୍ୟୋତ୍ସା ନାୟକ, ଗଡପୋଖରୀ ସରପଞ୍ଚ ଗଜେନ୍ଦ୍ର ପରିଡା,ଜିଲା ପରିଷଦ ସଭ୍ୟା କଳ୍ପନା ନାଇକ ପ୍ରମୁଖ ଉପସ୍ଥିତ ଥିଲେ ା ଏ ସମ୍ପର୍କରେ ମନ୍ତ୍ରୀ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରେ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀରେ ବିକାଶକୁ ସେ ପ୍ରାଥମିକତା ଦେଇଆସିଛନ୍ତି ା ଏଣୁ ଏହି ଜଳପ୍ରପାତକୁ ଉନ୍ନତି କରାଯାଇପାରିଲେ ଓଡିଶାରେ ଏହା ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପାଲଟିବ ବୋଲି ସେ କହିଛନ୍ତି ା

Share