ଷ୍ଟିଭ୍‌ ଜବ୍ସଙ୍କ ସାଣ୍ଡାଲ ୧.୭୭ କୋଟି

ଓ୍ବାଶିଂଟନ୍‌,୧୬ା୧୧: ହଳେ ଜୋତାର ଦାମ୍‌ ସର୍ବାଧିକ କେତେ ହୋଇପାରେ? ୧,୦୦୦, ୫,୦୦୦ କି ୧୦,୦୦୦ ଟଙ୍କା। କିନ୍ତୁ ଗୋଟିଏ ପେୟାର୍‌ ଜୋତା ୧.୭୭ କୋଟି ଟଙ୍କାରେ ବିକ୍ରି ହୋଇଥିବା ଶୁଣିଲେ ଯେକେହି ବିସ୍ମିତ ହେବେ। ତାହା ପୁଣି ପୁରୁଣା ସାଣ୍ଡାଲ। ବିଶ୍ୱାସ ହେଉ ନ ଥିଲେ ବି ଏହା ସତ। ଆଣ୍ଡ୍ରଏଡ୍‌ ଫୋନ୍‌ କମ୍ପାନୀ ଆପଲର ସହପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ସାଣ୍ଡାଲ୍‌ ୧.୭୭ କୋଟି (୨୧୮,୭୫୦ ଡଲାର) ଟଙ୍କାରେ ନିଲାମ ହୋଇଛି। ଆମେରିକାର କାଲିଫର୍ନିଆସ୍ଥିତ ଜୁଲିଏନ୍‌ ଅକ୍ସନ୍‌ ହାଉସ୍‌ରେ ନିଲାମ ପାଇଁ ଜୋବ୍ସଙ୍କ ବିରକେନ୍‌ ଷ୍ଟୋକ୍‌ ସାଣ୍ଡାଲ ରଖାଯାଇଥିଲା। ଏହାର ନିଲାମୀ ମୂଲ୍ୟ ୬୦,୦୦୦ ଡଲାରରୁ ୮୦,୦୦୦ ଡଲାର ଧାର୍ଯ୍ୟ କରାଯାଇଥିଲା। ଏଥିରେ ସାମିଲ ଥିବା ଜଣେ ବ୍ୟକ୍ତି ଷ୍ଟିଭ୍‌ଙ୍କ ବ୍ୟବହୃତ ଚପଲକୁ ୨୧୮,୭୫୦ ଡଲାରରେ ନିଲାମୀ ଡାକି ଏହାର ହକ୍‌ଦାର ହୋଇଛନ୍ତି। ୧୯୭୦ରୁ ୧୯୮ ଦଶକରେ ଷ୍ଟିଭ୍‌ ଏହି ଚପଲ ପିନ୍ଧୁଥିଲେ। ଆପଲ କମ୍ପାନୀର ଅନେକ କାର୍ଯ୍ୟକ୍ରମରେ ଷ୍ଟିଭ୍‌ ଏହାକୁ ପିନ୍ଧିଥିବା ଅକ୍ସନ ହାଉସ୍‌ ପକ୍ଷରୁ କୁହାଯାଇଛି। ଷ୍ଟିଭ୍‌ଙ୍କ ହାଉସ୍‌ ମ୍ୟାନେଜର ବିରକେନ୍‌ଷ୍ଟୋକ ପୂର୍ବରୁ ଏହି ଚପଲକୁ ନିଲାମୀ ଜରିଆରେ ଅଧିକାର କରିଥିଲେ। ଏକାଧିକ ପ୍ରଦର୍ଶନୀରେ ଷ୍ଟିଭ୍‌ଙ୍କ ଏହି ଚପଲକୁ ସାମିଲ କରାଯାଇଛି। ମାଟିଆ ରଙ୍ଗର ବିରକେନ୍‌ ଷ୍ଟୋକ୍‌ ସାଣ୍ଡାଲ ଷ୍ଟିଭ୍‌ଙ୍କର ଅତି ପ୍ରିୟ ଥିବା ତାଙ୍କ ପୂର୍ବତନ ସ୍ତ୍ରୀ ଲିସା ବ୍ରାନନ ଜବ୍ସ କହିଛନ୍ତି।

Share