Categories: ଖେଳ

ପୂର୍ବତନ ଅଧିନାୟକଙ୍କ ଦାବି: ଓଭାଲ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଦୁଇ ଅଷ୍ଟ୍ରେଲିୟ ଧୂରନ୍ଧର…

ନୂଆଦିଲ୍ଲୀ,୨୬।୭: ୨୦୨୩ ଆସେସ୍‌ ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଗୁରୁବାରଠାରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ୍‌ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏହି ସିରିଜ ପରେ ଷ୍ଟିଭ୍‌ ସ୍ମିଥ୍‌ ଏବଂ ଡେଭିଡ୍‌ ଓ୍ବାର୍ନର ସନ୍ନ୍ୟାସ ନେବେ ବୋଲି ଶୁଣିବାକୁ ମିଳୁଥିବା ସେ କହିଛନ୍ତି।

ଭାଓନ କହିଛନ୍ତି, ମ୍ୟାଚ୍‌ ସମୟରେ ବର୍ଷା ହେଲେ ବିଭିନ୍ନ ପ୍ରସଙ୍ଗରେ କଥା ହେବାକୁ ପଡେ। ପେସ୍‌ ବକ୍ସରେ ହେଉଥିବା ଆଲୋଚନା ଅନୁଯାୟୀ କିଛି ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ଓଭାଲ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ। ତେବେ ଯଦି ଓ୍ବାର୍ନର ଓଭାଲ ଟେଷ୍ଟ ଖେଳନ୍ତି ତେବେ ଏହା ବୋଧହୁଏ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ହେବ। ସେହିଭଳି ସ୍ମିଥ୍‌ଙ୍କ ପାଇଁ ଏହି ଟେଷ୍ଟ ମଧ୍ୟ ଅନ୍ତିମ ଟେଷ୍ଟ ହେବ ବୋଲି ଚର୍ଚ୍ଚା ହେଉଥିବା ସେ ଦାବି କରିିଛନ୍ତି।

କହିରଖୁଛୁ ଯେ, ଓ୍ବାର୍ନର ପୂର୍ବରୁ ଅବସର ଲାଗି ଯୋଜନା କରିସାରିଛନ୍ତି। ସେ ୨୦୨୪ରେ ଟେଷ୍ଟରୁ ଅବସର ନେବେ।

Share