Categories: ଖେଳ

ସ୍ମିଥ୍‌ଙ୍କୁ ପସନ୍ଦ ନୁହେଁ କ୍ରିକେଟ ସହ ଜଡ଼ିତ ଏହି କଥା, ସଚିନ୍‌ଙ୍କୁ ଆଉଟ୍‌ କରିପାରିଥିବାକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୫।୧୨: ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ସ୍ଟିଭ୍‌ ସ୍ମିଥ୍‌ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌କୁ ନେଇ ବ୍ୟସ୍ତ। ଶନିବାର ମେଲବର୍ନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହାପୂର୍ବରୁ ସ୍ମିଥ୍‌ ଏବଂ ସ୍ପିନର ନାଥନ ଲିୟୋନଙ୍କ ମଧ୍ୟରେ ଏକ ଚର୍ଚ୍ଚା ହୋଇଥିଲା। ଏଥିରେ ଦୁଇ ଖେଳାଳି କିଛି ମଜାଦାର କଥା ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

ବର୍ଡର ଗାଭାସ୍କର ଟ୍ରଫିର ଆଧିକାରୀକ ପ୍ରସାରଣକର୍ତ୍ତା 7କ୍ରିକେଟ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଗୋଟିଏ ଟିମ୍‌ର ଖେଳାଳିମାନେ ନିଜ ନିଜ ମଧ୍ୟରେ ଚର୍ଚ୍ଚା କରୁଥିବା ଦେଖାଯାଇଛି। କାର୍ଯ୍ୟକ୍ରମରେ ସ୍ମିଥ-ଲିୟୋନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ଏହି ସମୟରେ ଉଭୟ ଖେଳାଳି ପରସ୍ପରକୁ କିଛି ପ୍ରଶ୍ନ କରୁଛନ୍ତି। ଏଥିରେ ଲିୟୋନ କ୍ରିକେଟ ସହ ଜଡ଼ିତ କେଉଁ କଥା ଆପଣଙ୍କୁ ବିଲକୁଲ ପସନ୍ଦ ନୁହେଁ ବୋଲି ସ୍ମିଥ୍‌ଙ୍କୁ ପଚାରିଥିଲେ। ଏହାର ଜବାବରେ ସ୍ମିଥ୍‌ କହିଥିଲେ ମ୍ୟାଚ୍‌ ଶେଷ ହେବା ପରେ ନିଜର କ୍ରିକେଟ ସାମଗ୍ରୀଗୁଡ଼ିକୁ ଏକାଠି କରି ରଖିବାକୁ ଭଲ ଲାଗେ ନାହିଁ।

ଟେଷ୍ଟ କ୍ରିକେଟରେ ନିଜର କେଉଁ ସର୍ବଶ୍ରେଷ୍ଠ ବଲ୍‌ରେ ଉଇକେଟ ମିଳିଛି ପ୍ରଶ୍ନରେ ଲିୟୋନ ସଚିନ ତେନ୍ଦୁଲକରଙ୍କ ନାମ ନେଇଥିଲେ। ଚେନ୍ନାଇରେ ସଚିନଙ୍କୁ ଆଉଟ୍‌ କରିବା ସ୍ମରଣୀୟ ମୂହୁର୍ତ୍ତ ଥିଲା। ଏହାପରେ ସ୍ମିଥ୍‌ ମଧ୍ୟ ହଁ ଭରିଥିଲେ। ସେ ମଧ୍ୟ ସଚିନଙ୍କୁ ବ୍ୟାଟ୍‌ ଏବଂ ପ୍ୟାଡ୍‌ କ୍ୟାଚ୍‌ ଆଉଟ୍‌ କରିଥିବା କହିଥିଲେ।