Categories: ଖେଳ

ଅଷ୍ଟ୍ରେଲିଆକୁ ଡବଲ ଝଟକା

ନୂଆଦିଲ୍ଲୀ,୧୮।୮: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆକୁ ଡବଲ୍‌ ଧକ୍କା ଲାଗିଛି । ଦଳର ଦୁଇ ଷ୍ଟାର୍‌ ଖେଳାଳି ଷ୍ଟିଭ ସ୍ମିଥ ଏବଂ ମିଚେଲ ଷ୍ଟାକ୍‌ ଦଳରୁ ଓହରି ଯାଇଛନ୍ତି। ହେଲେ ବିଶ୍ୱକପ ପୂର୍ବରୁ ଭାରତରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଦୁହେଁ ଫିଟ୍‌ ହେବେ ବୋଲି ଆଶା କରାଯାଉଛି।

ଅଷ୍ଟ୍ରେଲିଆ କିଛିଦିନ ତଳେ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିଥିଲା। ଏଥିରେ ପ୍ରମୁଖ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଷ୍ଟିଭ ସ୍ମିଥ ଓ ମିଚେଲ ଷ୍ଟାର୍କ ଆହତ ଜନିତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷରେ ସିରିଜ ଖେଳିବାର ସୁଯୋଗ ମିଳିଛି। ଏଭଳି ସ୍ଥିତିରେ ଦଳ ସମ୍ପୂର୍ଣ୍ଣ ସାମର୍ଥ୍ୟ ସହ ପଡ଼ିଆକୁ ଓହ୍ଲାଇବାକୁ ଚାହୁଁଥିଲା। ଅଧିନାୟକ ପ୍ୟାଟ କମିନ୍ସ ଆହତ କାରଣରୁ ଆଫ୍ରିକା ବିପକ୍ଷ ଶୃଙ୍ଖଳାରୁ ବାଦ ପଡ଼ିଥିଲେ ହେଁ ଏବେ ସ୍ମିଥ ଓ ଷ୍ଟାର୍କଙ୍କ ଅନୁପସ୍ଥିତି ଦଳକୁ ବଡ଼ ଝଟକା ଲାଗିଛି। ସ୍ମିଥଙ୍କ ସ୍ଥାନରେ ଆଷ୍ଟନ ଟର୍ନରଙ୍କୁ ଟି-୨୦ ଏବଂ ମାର୍ନସ ଲାବୁସାନେଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। ସେହିପରି ମିଚେଲ ଷ୍ଟାର୍କଙ୍କ ସ୍ଥାନରେ ବାମହାତୀ ଦ୍ରୁତ ବୋଲର ସ୍ପେନ୍ସର ଜନସନଙ୍କୁ ସାମିଲ କରାଯାଇଛି।

Share