ନୂଆଦିଲ୍ଲୀ, ୨୪।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଖେଳାଳି ନିଲାମରେ ଅଷ୍ଟ୍ରେଲିୟାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। ରାଜସ୍ଥାନ ରୟାଲ୍ସ ଏହି ବ୍ୟାଟ୍ସମ୍ୟାନ୍ଙ୍କୁ ରିଲିଜ କରିବା ପରେ ଦିଲ୍ଲୀ ଟିମ୍ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି। ଏନେଇ ସ୍ମିଥ୍ ଏବେ ପ୍ରତିକ୍ରିୟା ଦେଇଛନ୍ତି।
ଚଳିତ ବର୍ଷ ଦିଲ୍ଲୀ ଟିମ୍ ସହ ଜଡ଼ିତ ହେବାକୁ ନେଇ ଉତ୍ସାହିତ ଅଛି। ଏହା ଭଲ ଖେଳାଳି ଏବଂ କୋଚ୍କୁ ନେଇ ଗଠିତ ଟିମ୍। ଏଣୁ ତାଙ୍କ ସହ ଖେଳିବା ପାଇଁ ମୁଁ ବ୍ୟଗ୍ର। ଏହା ଭଲ ଅନୁଭୂତି ହେବ ବୋଲି ଆଶା। ଗତ ଥରଠାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବା ସ୍ମିଥ୍ କହିଛନ୍ତି।
ଆଇପିଏଲ୍ର ୧୩ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିଲେ। ଉକ୍ତ ସିଜନରେ ସେ ୧୪ ମ୍ୟାଚ୍ ଖେଳି ୩୧୧ରନ୍ କରିଥିଲେ। ହେଲେ ନୂଆ ସିଜନ ପାଇଁ ତାଙ୍କୁ ଦଳ ରିଲିଜ କରିଦେଇଥିଲା। ତାଙ୍କ ସ୍ଥାନରେ ରାଜସ୍ଥାନ ଦଳ ସଞ୍ଜୁ ସାମ୍ସନଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷେ ନିଲାମରେ କମ୍ ମୂଲ୍ୟରେ କିଣାଯାଇଥିବାରୁ ସ୍ମିଥ୍ ଆହତ ସମସ୍ୟା ଦେଖାଇ ଲିଗ୍ରୁ ଓହରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସ୍ମିଥ୍ଙ୍କ ଭିଡିଓ ଶେୟାର କରାଯିବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।