Categories: ଖେଳ

ଅଶ୍ୱିନଙ୍କୁ ନେଇ ସ୍ମିଥଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୮।୨: ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଖେଳିବାକୁ ଡରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି। ବିଶେଷକରି ରବିଚନ୍ଦ୍ରନ ଅଶ୍ୱିନଙ୍କ ଡରରେ ଅଷ୍ଟ୍ରେଲୀୟ ଖେଳାଳି ତାଙ୍କ ଭଳି ବୋଲିଂ କରୁଥିବା ମହେଶ ପିଥିଆଙ୍କୁ ନେଇ ସପ୍ତାହେ ହେଲାଣି ଅଭ୍ୟାସ କରୁଛନ୍ତି। ଏନେଇ ପଚରାଯିବାରୁ ଅଷ୍ଟ୍ରେଲିଆର ଉପ-ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଭିନ୍ନ ମତ ରଖିଛନ୍ତି।

ଅଶ୍ୱିନଙ୍କ ବିଷୟରେ ଅଷ୍ଟ୍ରେଲିୟ ଖେଳାଳି କାହିଁକି ଅଧିକ ଚିନ୍ତା କରୁଛନ୍ତି ପ୍ରଶ୍ନର ଉତ୍ତରରେ ସ୍ମିଥ୍‌ କହିଛନ୍ତି, ଆମେ ଅନେକ ଅଫ୍‌ ସ୍ପିନରଙ୍କ ବିପକ୍ଷରେ ଅଭ୍ୟାସ କରୁଛି। ମହେଶ ସେମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଅଶ୍ୱିନଙ୍କ ଶୈଳୀରେ ବୋଲଇଂ କରନ୍ତି। ଆମେ ଏସବୁ ବିଷୟରେ ବେଶି ଚିନ୍ତା କରୁନାହୁଁ । ଅଶ୍ୱିନ ଜଣେ ମହାନ ବୋଲର କିନ୍ତୁ ତାଙ୍କୁ କାଉଣ୍ଟର କରିବାକୁ ଆମ ପାଖରେ ଯୋଜନା ଅଛି ବୋଲି ସେ କହିଛନ୍ତି।

Share