ଏସ୍‌ଟିଏଫ୍‌ ପଞ୍ଝାରେ ଧଳା ଜହର: ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର, ୨୬।୧(ବ୍ୟୁରୋ): ଭଦ୍ରକ -ଚାନ୍ଦବାଲି ରାସ୍ତାରୁ ସୋମବାର ସକାଳେ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମିହ୍ନାଜ କାଦ୍ରୀ ।
କାନ୍ଦ୍ରୀ ଏକ ସ୍କୁଟିରେ ବ୍ରାଉନ୍‌ସୁଗାର ନେଇ ଯାଇଥିବା ଏସ୍‌ଟିଏଫ୍‌କୁ ଖବର ମିଳିଥିଲା। ଖବର ପାଇ କାନ୍ଦ୍ରୀ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଗତ ୨୫ ଦିନ ମଧ୍ୟରେ ଏସ୍‌ଟିଏଫ୍‌ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୨ କେଜି ୫୫୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ୨ ଟନ୍‌ ଗଞ୍ଜେଇ ଜବତ କରିଛି।

Share