ୟୁପିଆଇ ତଥ୍ୟ ପାଇଁ ଏନ୍‌ପିସିଆଇକୁ ଚିଠି ଲେଖିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୫(ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅଧିକ ତଦନ୍ତ ଜାରି ରଖିଛି। ୩ ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ସୌମ୍ୟ ପଟ୍ଟନାୟକ ଜେଲରେ ଥିବାବେଳେ ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି। ତେବେ ଏହା ପୂର୍ବରୁ ମାମଲାର ବିଭିନ୍ନ ଦିଗକୁ ନେଇ ସବୁଆଡ଼ୁ ଏସ୍‌ଟିଏଫ୍‌ ତଥ୍ୟ ହାସଲ କରୁଛି। ଓଟିପି ଶେୟାରିଂ କରି ଅଭିଯୁକ୍ତମାନେ ଗୁଗଲ୍‌ପେ, ଫୋନ୍‌ପେ, ପେଟିଏମ୍‌ ଆଦିରୁ ୟୁପିଆଇ (ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌) ଜରିଆରେ ଆଇଏସ୍‌ଆଇ ଏଜେଣ୍ଟଙ୍କଠାରୁ ବିପୁଳ ଟଙ୍କା ପାଉଥିଲେ। ତେଣୁ ୟୁପିଆଇ ଦ୍ୱାରା ଅଭିଯୁକ୍ତମାନଙ୍କୁ କେତେଟଙ୍କା ଓ କେଉଁମାନେ ଦେଇଛନ୍ତି ତାହା ଜାଣିବାକୁ ଏନ୍‌ପିସିଆଇ (ନ୍ୟାଶନାଲ୍‌ ପେମେଣ୍ଟ୍‌ସ କର୍ପୋରେଶନ ଅଫ୍‌ ଇଣ୍ଡିଆ)କୁ ଚିଠି ଲେଖିଛି ଏସ୍‌ଟିଏଫ୍‌। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଏସ୍‌ଟିଏଫ୍‌ ସିଲିଗୁଡ଼ିରୁ ଗତବର୍ଷ ଡିସେମ୍ବରରୁ ଗିରଫ କରିଥିବା ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରଙ୍କ ସହ ପଠାଣିସାମନ୍ତଙ୍କ ଲିଙ୍କ୍‌ ଥିବା ସନ୍ଦେହ କରି ଏସ୍‌ଟିଏଫ୍‌ ଏହି ଦିଗକୁ ନେଇ ମଧ୍ୟ ଅଧିକ ଖୋଳତାଡ଼ କରୁଛି। ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି, ଏନ୍‌ପିସିଆଇଠାରୁ ୟୁପିଆଇ ସମ୍ବନ୍ଧୀୟ ତଥ୍ୟ ଆସିବା ପରେ ଟ୍ରାଞ୍ଜାକ୍ସନ୍‌ ନେଇ ବ୍ୟାଙ୍କଗୁଡ଼ିକୁ ତଥ୍ୟ ମଗାଯିବ। ଏଥିସହ ସେମାନେ ଶେୟାର କରୁଥିବା ଗ୍ରୁପ୍‌ ଆଦିର ଅଧିକ ଖୋଳତାଡ଼ କରାଯାଉଛି। ଆଇଏସ୍‌ଆଇ ଏଜେଣ୍ଟ ଗୁଡୁ କୁମାରଙ୍କ ସହ ଏମାନଙ୍କର ଲିଙ୍କ୍‌ ଅଛି କି ନାହିଁ ତାହାର ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ୨ ଦିନ ଭିତରେ ଆବେଦନ କରାଯିବ। ବ୍ୟାଙ୍କ ଟ୍ରାଞ୍ଜାକ୍ସନର ମୂଳରୁ ଶେଷ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଦେବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ ବୋଲି ସେ କହିଛନ୍ତି।
ଅଭିଯୁକ୍ତମାନେ ଅନ୍ୟ ନଁାରେ ମୋବାଇଲ ସିମ୍‌ ଆଣି ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍‌ ଦ୍ୱାରା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଆଇଏସ୍‌ଆଇ ଏଜେଣ୍ଟମାନେ ଉକ୍ତ ଓଟିପିକୁ ଆଧାର କରି ହ୍ବାଟ୍‌ସଆପ୍‌, ଟେଲିଗ୍ରାମ, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର୍‌ ଆଦି ସୋସିଆଲ ମିଡିଆ, ଆମାଜନ, ଫ୍ଲିପ୍‌କାର୍ଟ ଭଳି ଶପିଂ ଆପ୍‌ରେ ଆକାଉଣ୍ଟ ଅପରେଟ୍‌ କରୁଛନ୍ତି। କିଛିଦିନ ତଳେ ଏଭଳି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ର ସନ୍ଧାନ ପାଇଥିଲା ଏସ୍‌ଟିଏଫ୍‌। ସେଥିରେ ବହୁ ସଦସ୍ୟ ଥିବାବେଳେ ଏସ୍‌ଟିଏଫ୍‌ ଉପରୋକ୍ତ ୩ ଅଭିଯୁକ୍ତଙ୍କ ପରିଚୟ ପାଇଥିଲା। ନୟାଗଡ଼ ଜିଲାରୁ ପଠାଣିସାମନ୍ତ, ସରୋଜ ଓ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରରୁ ସୌମ୍ୟଙ୍କୁ ଶନିବାର ଏସ୍‌ଟିଏଫ୍‌ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri