କରମଣ୍ଡଳରେ ଯାତ୍ରା କରୁଥିଲେ, ୪୮ ଘଣ୍ଟା ପରେ ବି ଜୀବିତ

ବାହାନଗା,୫ା୬(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାର ୪୮ ଘଣ୍ଟା ପରେ ଜଣେ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ବୁଦାମୂଳରୁ ଉଦ୍ଧାର କରାଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଭାଗ୍ୟବାନ ଯୁବକ ଜଣକ ହେଲେ ଆସାମ ଅଞ୍ଚଳର ସୁବାସ ଲାଲାଙ୍କ ପୁଅ ଧୋବା ଲାଲା। ତାଙ୍କ ପକେଟରୁ ମିଳିଥିବା କାଗଜପତ୍ରରୁ ସେ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣାପଡିଛି। ଦୁର୍ଘଟଣା ପରେ ସେ ବଗି ଭିତରୁ ଛିଟିକି ପଡ଼ି ଏକ ବୁଦା ମୂଳରେ ଅଚେତ ହୋଇ ପଡ଼ିଥିଲେ। ରବିବାର ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share