ଏମିତି ବି ଆସେ ମୃତ୍ୟୁ, ଖାଇ ଶୋଇଥିଲେ ଫାଟିଲା ଫ୍ରିଜ୍‌

କେନ୍ଦୁଝର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା ଗ୍ରାମରେ ଫ୍ରିଜ ଫାଟି ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ରିଜ୍‌ ନିଆଁରେ ପୋଡ଼ି ହୋଇ ମା’ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ଦେହୁରୀ (୪୦) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦେହୁରୀ (୩୫)। ରବିବାର ରାତିରେ ସ୍ବାମୀ ସ୍ତ୍ରୀ ଓ ପୁଅ ଗୋଟିଏ ରୁମରେ ଶୋଇଥିଲେ। ଗରମ ହେବାରୁ ପୁଅ ଅନ୍ୟ ରୁମକୁ ଚାଲି ଯାଇ ଶୋଇଥିଲା। ରାତିରେ ହଠାତ ଫ୍ରିଜ୍‌ଟି ଫାଟି ଯିବାରୁ ସ୍ବାମୀ ସ୍ତ୍ରୀ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିଲେ। ସାନ ପୁଅ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଡବିଲ ସରକାରୀ ମେଡିକାଲକୁ ପଠାଇ ଘଟଣାର ତଦନ୍ତ କରୁଛି।

Share