Categories: ଖେଳ

ଏଥର ବି ମିଳିବନି ସୁଯୋଗ

ଅହମ୍ମଦାବାଦ୍‌,୧୦।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପୂର୍ବ ଦୁଇ ମ୍ୟାଚ୍‌ ଲାଗି ଉପଲବ୍ଧ ନ ଥିବା ଓପନର ରୁତୁରାଜ ଗାଏକ୍ୱାଡ ଏବେ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ହେଲେ ଏଥର ମଧ୍ୟ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା ପ୍ରାୟତଃ ନାହିଁ। କାରଣ ବରିଷ୍ଠ ଓପନର ଶିଖର ଧାଓ୍ବନ ଅନ୍ତିମ ମ୍ୟାଚ୍‌ରେ ଓପନିଂ କରିବେ ବୋଲି ସ୍ପଷ୍ଟ କରିସାରିଛନ୍ତି ଅଧିନାୟକ ରୋହିତ ଶର୍ମା।

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଷ୍ଟାରଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। ହେଲେ କୌଣସି ମ୍ୟାଚ୍‌ରେ ସେ ଖେଳିବାକୁ ସୁଯୋଗ ପାଇ ନ ଥିଲେ।

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ଆରମ୍ଭ ହେବାର ୪ ଦିନ ପୂର୍ବରୁ ସେ ପଜିଟିଭ ଚିହ୍ନଟ ହେବାରୁ ତାଙ୍କୁ ଆସୋଲେଶନ ରହିବାକୁ ପଡ଼ିଥିଲା। ତାଙ୍କୁ ଟି୨୦ ଲାଗି ଦଳରେ ସୁଯୋଗ ମିଳି ନ ଥିବାରୁ ସେ ଆଗାମୀ ରଣଜୀ ଟ୍ରଫି ପାଇଁ ନିଜ ରାଜ୍ୟକୁ ଫେରିଯିବେ।

Share