Categories: ଜାତୀୟ

ଅହଙ୍କାର ଛାଡି କୃଷି ଆଇନ୍‌ ପ୍ରତ୍ୟାହାର କରନ୍ତୁ ସରକାର: ସୋନିଆ

ନୂଆଦିଲ୍ଲୀ,୩।୧: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ରବିବାର କୃଷକଙ୍କ ପ୍ରଦର୍ଶନଙ୍କୁ ସମର୍ଥନ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି ଯେ, ଦେଶର ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଏକ ଅହଂକାରୀ ସରକାର କ୍ଷମତାକୁ ଆସିଛି, ଯାହା ସାଧାରଣ ଜନତାଙ୍କ କଥା ତ ଛାଡ ଦେଶକୁ ଖାଇବାକୁ ଦେଉଥିବା ଅନ୍ନଦାତାଙ୍କ ଯନ୍ତ୍ରଣା ଏବଂ ସଂଘର୍ଷ ଦେଖାଯାଉ ନାହିଁ। ଏହା ସହିତ ସେ ବିନା ସର୍ତ୍ତରେ ନୂତନ କୃଷି ନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରବଳ ଥଣ୍ଡା ଏବଂ ବର୍ଷା ସତ୍ତ୍ୱେ ଦିଲ୍ଲୀ ସୀମାରେ ୩୯ ଦିନ ଧରି ସଂଘର୍ଷ କରୁଥିବା ଅନ୍ନଦାତାଙ୍କ ଅବସ୍ଥା ଦେଖି ମୋର ଦେଶବାସୀ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋଦି ସରକାର ୩ଟି କୃଷି ଆଇନକୁ ବିନା ସର୍ତ୍ତରେ ତୁରନ୍ତ ପ୍ରତ୍ୟାହାର କରି ଶୀତ ଏବଂ ବର୍ଷାରେ ପୀଡିତ ଚାଷୀଙ୍କ ଆନ୍ଦୋଳନକୁ ଶେଷ କରନ୍ତୁ ସରକାର। ଏହା ହେଉଛି ରାଜଧର୍ମ ଏବଂ ସ୍ବର୍ଗତ ଚାଷୀଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳିସ୍‌ ବୋଲି ସୋନିଆ କହିଛନ୍ତି।
ସୂଚନାଯୋଗ୍ୟ,କୃଷି ଆଇନକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ଏହି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ କଂଗ୍ରେସ ମଧ୍ୟ ସମର୍ଥନ କରୁଛି। ଶୀତ ଦିନ ସତ୍ତ୍ୱେ ଦିଲ୍ଲୀ ସୀମାରେ ଏକ ମାସରୁ ଅଧିକ ସମୟ ଧରି ହଜାର ହଜାର ଚାଷୀ ଏହି ନିୟମ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି କୃଷକମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ ଏବଂ ହରିୟାଣାର ବୋଲି ଜଣାପଡିଛି।

 

Share