ନୂଆଦିଲ୍ଲୀ,୨୨।୨: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଦରବୃଦ୍ଧିର ପ୍ରଭାବ ଭାରତୀୟ ଶେୟାର ବଜାରର କାରବାରରେ ଦେଖାଦେଇଛି। ଏପରିକି କ୍ରମାଗତ ୨ୟ ଦିନ ଲାଗି ଦଲାଲ ଷ୍ଟ୍ରିଟ୍ରେ କାରବାର ହ୍ରାସ ଘଟିଛି। ବିଶେଷକରି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ମଙ୍ଗଳବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୯ (୧୮.୮୨) ପଏଣ୍ଟ ଖସି ୬୦,୬୭୩ (୬୦,୬୭୨.୭୨) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ମଧ୍ୟ ୧୮ (୧୭.୯୦) ପଏଣ୍ଟ ହ୍ରାସ ଘଟି ୧୭,୮୨୭ (୧୭,୮୨୬.୭୦) ଅଙ୍କରେ କାରବାର ବନ୍ଦ ହୋଇଥିଲା।