ସର୍ବୋଚ୍ଚ ସ୍ତରରେ ଶେୟାର ବଜାର କାରବାର

ମୁମ୍ବାଇ,୨୬।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାକେର୍ଟ ପ୍ରଥମ ଥର ପାଇଁ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାର ବୁଧବାର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର ବୁଧବାର ପ୍ରଥମ ଥର ପାଇଁ ଘରୋଇ ଶେୟାର ବଜାରରେ ନୂଆ କୀର୍ତ୍ତିମାନ ହାସଲ କରିଛି। ଚଳିତ ସପ୍ତାହର ତୃତୀୟ କାର୍ଯ୍ୟ ଦିବସ ରେ ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସକ୍ସ ୦.୩୦% କାରବାର ସହିତ ୮୫,୧୭୦ ଅଙ୍କରେ ରହିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି ୦.୨୫% କାରବାର ସହ ୨୬,୦୦୪ ଅଙ୍କରେ କାରବାର ବନ୍ଦ କରିଥିଲା।
ଅପରପକ୍ଷରେ ବୁଧବାର ପ୍ରାରମ୍ଭରୁ ଉଭୟ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇର କାରବାର ସବୁଜ ରଙ୍ଗରୁ ଆରମ୍ଭ ହୋଇ ସେହି ସବୁଜ ରଙ୍ଗରେ କାରବାର ବନ୍ଦ ହୋଇଥିଲା। ଏପରିକି କାରବାର ପ୍ରାରମ୍ଭରେ ସେନ୍‌ସେକ୍ସ ପ୍ରାୟ ୩୩୩ ପଏଣ୍ଟ (୩୩୩.୩୮) ବା ୦.୩୯% ବୃଦ୍ଧି ଘଟି ୮୫,୨୪୭.୪୨ ଅଙ୍କରେ ପହଞ୍ଚତ୍ ଯାଇଥିଲାବେଳେ ନିଫ୍ଟିର କାରବାର ୯୨.୪ ପଏଣ୍ଟ ବା ୦.୩୫% ବୃଦ୍ଧି ହୋଇ ୨୬,୦୩୨.୮୦ ଅଙ୍କ ଛୁଇଁଥିଲା। ସେହିପରି ଚଳିତ ସପ୍ତାହର କାରବାର ଶେଷ ସୁଦ୍ଧା ନିଫ୍ଟି ମିଡକାପ ୩୮୫. ୬୫ ପଏଣ୍ଟ ହ୍ରାସ ଘଟି ୬୦,୪୬୫.୧୫ଅଙ୍କରେ ଥିଲାବେଳେ ନିଫ୍ଟି ସ୍ମଲକାପ ୪୧.୨୫ ପଏଣ୍ଟ କମି ୯୨୯୫.୮୦ ଅଙ୍କରେ ପହଞ୍ଚତ୍ଛି। ଏପରିକି ନିଫ୍ଟି ବ୍ୟାଙ୍କ ୧୩୩.୦୫ ପଏଣ୍ଟ ବୃଦ୍ଧି ପାଇ ୫୪,୧୦୧.୬୫ ଅଙ୍କରେ କାରବାର ବନ୍ଦ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Flipkart Sale: ଶସ୍ତାରେ ମିଳୁଛି ଆଇଫୋନ୍‌ ୧୫ ପ୍ରୋ, ୩୦ହଜାର ଯାଏ ହେବ ସଞ୍ଚୟ!

ନୂଆଦିଲ୍ଲୀ,୨୭।୯: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଭାରତର ଦୁଇଟି ବଡ ଇ-ବାଣିଜ୍ୟ କମ୍ପାନୀ ଯଥା ଫ୍ଲିପକାର୍ଟ ଏବଂ ଆମାଜନ ନିଜ ନିଜ ପ୍ଲାଟଫର୍ମରେ ଫେଷ୍ଟିଭାଲ ସେଲ୍‌...

ଆଜିଓ ପ୍ଲାଟ୍‌ଫର୍ମରେ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ

ମୁମ୍ବାଇ,୨୭।୯: ଭାରତର ପ୍ରିମିୟର ଫ୍ୟାଶନ ଇ-ଟେଲର ଆଜିଓ ପ୍ଲାଟ୍‌ଫର୍ମରେ ଫ୍ୟାଶନ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ପ୍ରିମିୟମ ଗାର୍ମେଣ୍ଟ ବ୍ରାଣ୍ଡ୍‌ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ...

ସେନ୍‌ସେକ୍ସ ୮୬,୦୦୦ ଅଙ୍କର ନିକଟବର୍ତ୍ତୀ

ମୁମ୍ବାଇ,୨୭।୯: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଦରବୃଦ୍ଧି ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟ ବେଞ୍ଚମାର୍କ (ଇକ୍ୟୁଟି ବଜାର)ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ପୁଞ୍ଜିବଜାରର...

ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍‌ଭର ଚେନ୍‌ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ)...

୨୦୩୦ ସୁଦ୍ଧା କାର୍ଯ୍ୟ ପରିସରରେ ୩୦% ମହିଳା କର୍ମଚାରୀ

ଭୁବନେଶ୍ୱର,୨୬।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ...

ସମ୍ବଲପୁରରେ ମାଲାବାରର ନୂତନ ଷ୍ଟୋର

ଭୁବନେଶ୍ୱର,୨୬।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂତନ ଷ୍ଟୋର ସମ୍ବଲପୁର (ଓଡ଼ିଶା)...

୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର: ୨୪,୧୬୨ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୪।୯: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୧୩୧ତମ ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ( ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି) ବୈଠକ ଆଜି...

ଚର୍ଚ୍ଚା ମଧ୍ୟରେ ବଡ଼ ପ୍ରତିକ୍ରିୟା ଦେଲା JSW, ଓଡ଼ିଶାରୁ ଓହରି ନାହିଁ କମ୍ପାନୀ

ଭୁବନେଶ୍ୱର,୨୪।୯: ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri