
ମୁମ୍ବାଇ,୧।୪ଚଳିତ ଆର୍ଥକ ବର୍ଷର ପ୍ରଥମ କାର୍ଯ୍ୟଦିବସରେ ଶେୟାର ବଜାରର ନିବେଶକ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ଆଶା ଆଶଙ୍କା ମଧ୍ୟରେ ଥିବା ନିବେଶକମାନେ ଚଳିତ ସପ୍ତାହର ପ୍ରଥମ ଦିନରେ ୩.୨୩ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରର ବଜାର ପୁଞ୍ଜି ୩.୨୩ ଲକ୍ଷ କୋଟି ହ୍ରାସ ଘଟି ୪୦୯.୬୪ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଚ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଚ (ଏନ୍ଏସ୍ଇ) କାରବାରରେ ବଡ ଧରଣର ହ୍ରାସ ପାଇଛି। ଏପରିକି ବିଏସ୍ଇ ସେନ୍ସେକ୍ସର କାରବାର ପ୍ରାୟ ୧୪୦୦ ପଏଣ୍ଟ (୧୩୯୦.୪୧) କମି ୭୬,୦୨୪.୫୧ ଅଙ୍କରେ ରହିଥିଲାବେଳେ ଏନ୍ଏସ୍ଇ ନିଫ୍ଟି ୧.୫୦% କମି ୨୩,୧୬୫ ଅଙ୍କରେ ରହିଛି। ସେହିଭଳି ୩୦ ଶେୟାର ବିଶିଷ୍ଟ ସେନ୍ସେକ୍ସର ମିଡ୍କ୍ୟାପ ଏବଂ ସ୍ମଲକ୍ୟାପ କାରବାରରେ ପ୍ରାୟ ୧% ହ୍ରାସ ଘଟିଛି। ଏପରିକି ନିଫ୍ଟି ମିଡକ୍ୟାପ କାରବାର ୪୪୨.୬୫ ପଏଣ୍ଟ କମି ୫୧,୨୨୯.୬୦ ଅଙ୍କରେ ପହଞ୍ଚିଥିଲାବେଳେ ସ୍ମଲକ୍ୟାପ୍ର କାରବାର ୦.୯୨% ହ୍ରାସ ଘଟି ୭୬୫୩.୩୦ ଅଙ୍କରେ ରହିଛି। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୭୩୭.୩୫ ପଏଣ୍ଟ କମି ୫୦,୮୨୭.୫୦ ଅଙ୍କରେ ରହିଛି।
ଶେୟାର ବଜାର କାରବାରରେ ହ୍ରାସ
କ୍ରମାଗତ ଦ୍ୱିତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୩୯୦ (୧୩୯୦.୪୧) ପଏଣ୍ଟ ହ୍ରାସ ଘଟି ୭୬,୦୨୪ (୭୬,୦୨୪.୫୧) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୩୫୪(୩୫୩.୬୫) ପଏଣ୍ଟ କମି ୨୩,୧୬୬ (୨୩,୧୬୫.୭୦) ଅଙ୍କରେ କାରବାର ଶେଷ ହୋଇଥିଲା। ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସର ମିଡକ୍ୟାପ୍ ଓ ସ୍ମଲକ୍ୟାପ୍ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନ୍ଏସ୍ଇ ନିଫ୍ଟି ମିଡ୍କ୍ୟାପ, ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ପରିବର୍ତ୍ତନ ହୋଇଛି।