ନୂଆଦିଲ୍ଲୀ,୧୯।୧୧: କ୍ରମାଗତ ୨ଦିନ ଲାଗି ଷ୍ଟକ୍ ବଜାରର କାରବାର ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର କାରବାର ଆଶ ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ମଧ୍ୟ ହରାଇଛନ୍ତି। ଶୁକ୍ରବାର ଷ୍ଟକ୍ ବଜାରର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ର ସେନ୍ସେକ୍ସ ୮୭ (୮୭.୧୨) ପଏଣ୍ଟ ଖସି ୬୧,୬୬୩ (୬୧,୬୬୩.୪୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ର ନିଫ୍ଟି-୫୦ରେ ମଧ୍ୟ ୩୬ (୩୬.୨୫) ପଏଣ୍ଟ ହ୍ରାସ ଘଟି ୧୮,୩୦୮(୧୮,୩୦୭.୬୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଏବଂ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଓ ମାନ୍ଦାବସ୍ଥା ଯୋଗୁ ଦଲାଲ ଷ୍ଟ୍ରିଟ୍ର କାରବାର କ୍ରମାଗତ ଭାବେ ହ୍ରାସ ପାଉଛି।