Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେରିବେ ଷ୍ଟୋଇନିସ୍‌

ଲକ୍ଷ୍ନୌ,୧୨ା୧୦(ପି.ଟି.): ଗୁରୁବାର ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ପରସ୍ପର ସାମ୍ନା କରିବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସହିତ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଚେନ୍ନାଇର ଭାରତ ବିପକ୍ଷ ଲୋ ସ୍କୋରିଂ ମ୍ୟାଚରେ ପରାଜିତ ହୋଇଥିଲା ଅଷ୍ଟ୍ରେଲିଆ। ଲକ୍ଷ୍ନୌରେ ଏହି ମ୍ୟାଚ୍‌ଟି ଖେଳାଯିବାକୁ ଥିବାବେଳେ ଏହି ପିଚ୍‌ଟି ଅବ୍ୟବହୃତ ରହିଛି। ଆଇପିଏଲର ଲୋ ସ୍କୋରଂ ମ୍ୟାଚ ପରେ ପିଚ୍‌କୁ ଖୋଳି ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା। ପାଞ୍ଚ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟପ୍‌ ଅର୍ଡରରେ ସ୍ମିଥ୍‌ ଓ ଓ୍ବାର୍ନର ଭଲ ସ୍କୋର କରିଥିଲେ ମଧ୍ୟ ମିଡିଲ ଅର୍ଡର ଖେଳାଳି ବିଫଳ ହୋଇଥିଲେ।

ତେବେ ମାର୍କସ୍‌ ଷ୍ଟୋଇନିସଙ୍କ ପ୍ରତ୍ୟାବର୍ତ୍ତନ ସହିତ ମିଡିଲ ଅର୍ଡର ବ୍ୟାଟିଂ ବିଫଳତା ଦୂର କରିବାକୁ ପ୍ରୟାସ କରିବ ଅଷ୍ଟ୍ରେଲିଆ। ୧୯୯୨ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଏହାକୁ ସୁଧାରିବାକୁ ଦଳ ପ୍ରୟାସ କରିବ। ଚେପକ୍‌ର ଟର୍ନିଂ ଟ୍ରାକ୍‌ରେ ଓ୍ବାର୍ନର ଓ ସ୍ମିଥ୍‌ ୩୦ ରନ୍‌ ଉପରେ ସ୍କୋର କରିଥିଲେ। ତେବେ ଆଡାମ୍‌ ଜାମ୍ପାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି କ୍ୱାଲିଟି ସ୍ପିନର ନ ରହିବା ଦଳର ସମୀକରଣକୁ ଖରାପ କରୁଛି। ବ୍ୟାଟିଂ ଓପନ୍‌ କରିଥିବା ମିଚେଲ୍‌ ମାର୍ଶ ବିଶେଷ କିଛି କରି ପାରି ନ ଥିବା ବେଳେ ବିରାଟ କୋହଲିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡା କରିଥିଲେ। ହାର୍ମଷ୍ଟ୍ରିଙ୍ଗ ଇଞ୍ଜୁରୀରୁ ପ୍ରତ୍ୟାବର୍ତ୍ତନ କରିଥିବା ମାର୍କସ୍‌ ଷ୍ଟୋଇନିସ ପ୍ଲେଇଙ୍ଗ ୧୧ରେ କାମେରନ୍‌ ଗ୍ରୀନଙ୍କ ସ୍ଥାନ ନେବେ। ପୂର୍ବରୁ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ପକ୍ଷରୁ ଖେଳି ସାରିଥିବା ବେଳେ ଏହା ଦଳ ପାଇଁ ଲାଭଦାୟକ ହେବ।

ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ଚମତ୍କାର ବିଜୟ ସହିତ ଦୃଢ ଆତ୍ମବିଶ୍ୱାସରେ ନଜର ଆସିଛି। ପ୍ରଥମ ମ୍ୟାଚ୍‌ରେ ୩ ଜଣ ଖେଳାଳି ଶତକ ହାସଲ କରିଥିବା ବେଳେ ସମାନ ଫର୍ମ ବଜାୟ ରଖିବାକୁ ଚାହିଁବ ଦଳ। ଦକ୍ଷିଣ ଆଫ୍ରିକା ଦଳର ଓପନର ରହିଥିବା କ୍ୱିଣ୍ଟନ୍‌ ଡି କକ ଲକ୍ଷ୍ନୌ ପକ୍ଷରୁ ଖେଳୁଥିବାରୁ ସେ ମଧ୍ୟ ସ୍ଥାନୀୟ ପରିବେଶ ସହ ଅଭ୍ୟସ୍ତ। ବିଶ୍ୱକପ୍‌ର ଦ୍ରୁତତମ ଶତକ ହାସଲ କରିଥିବା ଏଡେନ୍‌ ମାରକ୍ରମଙ୍କ ନିକଟରୁ ମଧ୍ୟ ଦକ୍ଷିଣ ଆଫ୍ରିକା ସମାନ ଫର୍ମ ଆଶା କରିବ। ଯଦି ଏକାନା ଷ୍ଟାଡିୟମର ପିଚ୍‌ ସ୍ପିନ୍‌ ସହାୟକ ରହିବ ତେବେ ଦଳ ଟାବରେଜ୍‌ ସାମ୍‌ସୀଙ୍କୁ ସାମିଲ କରିପାରେ। ପେସ୍‌ ବୋଲିଂ ଦକ୍ଷିଣ ଆଫ୍ରିକାର ବଡ ସମସ୍ୟା ରହିଛି।

ଆନରିଚ୍‌ ନୋର୍ଜେଙ୍କ ଅନୁପସ୍ଥିତିରେ କାଗିସୋ ରବାଡାଙ୍କ ଉପରେ ଅତିରିକ୍ତ ଚାପ ପଡୁଛି। ଲୁଙ୍ଗି ଏନ୍‌ଗିଡି ଓ ମାର୍କୋ ଜାନସେନ୍‌ଙ୍କ ବୋଲିଂ ଏତେଟା ପ୍ରଭାବଶାଳୀ ରହିନାହିଁ। ପ୍ରଥମ ମ୍ୟାଚ୍‌ ପରାଜୟ ପରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ଦୃଢ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ଉଭୟ ଦଳ ମଧ୍ୟରେ ଏହା ବିଶ୍ୱକପର ସପ୍ତମ ମୁକାବିଲା ରହିବ। ପୂର୍ବରୁ ୬ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ଥର ବିଜୟ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ ଥର ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ଶେଷ ଥର ପାଇଁ ୨୦୧୯ରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri