Posted inଖେଳ

ସୋମବାର ଷ୍ଟୋକ୍ସଙ୍କ ଅଙ୍ଗୁଳି ଅସ୍ତ୍ରୋପଚାର

ଲଣ୍ଡନ, ୧୭।୪(ପି.ଟି.)-
ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳିରେ ଅସ୍ତ୍ରୋପଚାର ଆସନ୍ତା ସୋମବାର ହେବ। ଫଳରେ ସେ ଅତିକମ୍‌ରେ ୧୨ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଦ୍ୱିତୀୟ ଥର ପାଇଁ ଏକ୍ସ-ରେ ଓ ସିଟି ସ୍କାନରୁ ଜଣାପଡ଼ିଛି ଯେ ଷ୍ଟୋକ୍ସଙ୍କ ବାମହାତ ବିଶି ଅଙ୍ଗୁଳି ଭାଙ୍ଗିଛି। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ବେଳେ ସେ ଆଘାତ ପାଇଥିଲେ। ଏବେ ସେ ନିଜ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ସହ ଭାରତରେ ଅଛନ୍ତି। ଶନିବାର ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ”ସୋମବାର ଲିଡ୍ସରେ ଷ୍ଟୋକ୍ସଙ୍କ ଅଙ୍ଗୁଳି ଅସ୍ତ୍ରୋପଚାର ହେବ। ଫଳରେ ସେ ୧୨ ସପ୍ତାହ ଖେଳିପାରିବେନି“ ବୋଲି ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରାଯାଇଛି। ଗତ ସୋମବାର ପଞ୍ଜାବ କିଙ୍ଗ୍ସର କ୍ରିସ୍‌ ଗେଲ୍‌ଙ୍କ କ୍ୟାଚ ଧରିବା ଅବସରରେ ସେ ଆହତ ହୋଇଥିଲେ। ଫଳରେ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରିବାକୁ ବାଧ୍ୟ ହୋଇଥିଲେ। ରାଜସ୍ଥାନର ମୁଖ୍ୟ ପେସ୍‌ ବୋଲର ଜୋଫ୍ରା ଆର୍ଚର ଆହତ ଯୋଗୁ କ୍ରିକେଟରୁ ଦୂରରେ ଅଛନ୍ତି। ସେ ଫିଟ୍‌ ହୋଇ ହାଲୁକା ଅଭ୍ୟାସ ଆରମ୍ଭ କରିଥିବାରୁ ଆଇପିଏଲ ଶେଷଭାଗରେ ଦଳକୁ ଫେରୁଛନ୍ତି କି ନାହିଁ ତାହା ଉପରେ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବଡ଼ କାରନାମା କଲେ ବିରାଟ କୋହଲି: ବାବର ଆଜମଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ,୨୫।୪:ଆଇପିଏଲ ୨୦୨୫ର ୪୨ତମ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ RCB...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ଭାରତ ଆସିବେନି ନଦିମ

ନୂଆଦିଲ୍ଲୀ,୨୪ା୪: ଆସନ୍ତା ମେ’ ୨୪ ତାରିଖରୁ ବେଙ୍ଗାଲୁରୁରେ ହେବାକୁ ଥିବା ନୀରଜ ଚୋପ୍ରା କ୍ଲାସିକ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପାକିସ୍ତାନର ଅଲିମ୍ପିକ ଚାମ୍ପିୟନ ଅର୍ଶଦ ନଦିମ...

ମାଡ୍ରିଡ୍‌ ଓପନରୁ ଓହରିଲେ ଅଲ୍‌କାରାଜ

ମାଡ୍ରିଡ୍‌,୨୪ା୪: ଇଞ୍ଜୁରୀ ଯୋଗୁ ଦର୍ଶକଙ୍କ ଫେଭରାଇଟ୍‌ କାର୍ଲୋସ ଅଲ୍‌କାରାଜ ମାଡ୍ରିଡ୍‌ ଓପନ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଗତ ରବିବାର ବାର୍ସିଲୋନା ଓପନ ଫାଇନାଲ ବେଳେ...

ସଙ୍କଟରେ ପିଏସ୍‌ଏଲ୍‌: ଫେରି ଆସିବେ ଭାରତୀୟ ବ୍ରଡକାଷ୍ଟର

କରାଚୀ,୨୪ା୪: ଆଗାମୀ ଦିନରେ ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରସାରଣ ସଙ୍କଟରେ ପଡ଼ିପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତା...

ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କ ସହ ନଜର ଆସିଲେ ପୃଥ୍ବୀ ଶ’, କ୍ୟାମେରା ଦେଖି ଲୁଚାଇଲେ ମୁହଁ;Video

ନୂଆଦିଲ୍ଲୀ,୨୪।୪: ପ୍ରଥମ ପ୍ରେମିକାଙ୍କୁ ଧୋକା। ପୁଣି ଥରେ ପ୍ରେମରେ ପଡ଼ିଛନ୍ତି କ୍ରିକେଟର ପୃଥ୍ବୀ ଶ’। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି।...

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image