ଲଣ୍ଡନ/ମୁମ୍ବାଇ,୧୪ା୪ (ପି.ଟି.)-ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ବାହାର ହୋଇଯାଇଛନ୍ତି। ଏପ୍ରିଲ ୧୨ରେ ରାଜସ୍ଥାନ ରୟାଲ୍ସର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହାର ଓପନିଂ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ତାଙ୍କ ବାମ ହାତର ଏକ ଆଙ୍ଗୁଠି ହାଡ଼ ଭାଙ୍ଗିିଯାଇଛି। ତେଣୁ ଆଇପିଏଲ୍ରେ ଅବଶିଷ୍ଟ ମ୍ୟାଚ ଖେଳିବା ତାଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ। ତାଙ୍କ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଏବିଷୟରେ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। ଷ୍ଟୋକ୍ସ କିନ୍ତୁ ୟୁନାଇଟେଡ କିଙ୍ଗଡମ୍ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଏକ ସପ୍ତାହ ଭାରତରେ ରହିବେ। ହାତରେ ଅସ୍ତ୍ରୋପଚାର ଯୋଗୁ ଜୋଫ୍ରା ଆର୍ଚର ଖେଳୁ ନାହାନ୍ତି। ପରେ ଷ୍ଟୋକ୍ସଙ୍କ ଇଞ୍ଜୁରି ଦଳକୁ ଆଉ ଏକ ଶକ୍ତ ଧକ୍କା ହୋଇଛି।