Categories: ଖେଳ

ଆଶେସ୍‌ରେ ବଡ଼ ରେକର୍ଡ କଲେ ଷ୍ଟୋକ୍ସ

ଲଣ୍ଡନ,୩୦।୭: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଶେସ୍‌ ସିରିଜ ୨୦୨୩ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଭଲ ବ୍ୟାଟିଂ କରିଥିଲେ। ସିରିଜର ଶେଷ ଟେଷ୍ଟରେ ଷ୍ଟୋକ୍ସ ଏକ ବଡ଼ ରେକର୍ଡ କରିଥିଲେ। ଷ୍ଟୋକ୍ସ ଏହି ଟେଷ୍ଟ ସିରିଜରେ ହାରାହାରି ୪୫ରେ ୪୦୫ ରନ ସ୍କୋର କରିଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ୧୫ଟି ଛକା ମଧ୍ୟ ଦେଖିବାକୁ ମିଳିଥିଲା।
ଓଭାଲ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଦ୍ୱିତୀୟ ଇନିଂସ ସମୟରେ ବେନ ଷ୍ଟୋକ୍ସ ୬୭ ବଲରେ ୪୨ ରନ ସଂଗ୍ରହ କରିଥିଲେ। ଆଶେସ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ଷ୍ଟୋକ୍ସ। କେଭିନ ପିଟରସେନଙ୍କ ଆଶେସ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଥିଲେ। ୨୦୦୫ ଆଶେସ ସିରିଜ ସମୟରେ ପିଟରସନ ମୋଟ ୪ ଛକା ମାରିଥିଲେ।
ଟେଷ୍ଟ କ୍ରିକେଟ ଇତିହାସରେ ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ସିରିଜରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି। ୨୦୧୯-୨୦ ବର୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଯିଏ ମୋଟ ୧୯ ଛକା ମାରିଥିଲେ। ଶିମ୍ରାନ ହେଟମିୟର ୧୫ଟି ଛକା ସହିତ ଏହି ତାଲିକାରେ ଦୁଇ ନମ୍ବରରେ ଥିବାବେଳେ ବେନ ଷ୍ଟୋକ୍ସ ବର୍ତ୍ତମାନ ୧୫ଟି ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି।

Share