ମାଉଜର ଲଗାଇ ୨୩ହଜାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ): ବାଇକ ଆରୋହୀକୁ ଅନ୍ଧାରର ସୁଯୋଗ ନେଇ ମୁଣ୍ଡରେ ମାଉଜର ଲଗାଇ ୨୩ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଯାହା ଗଞ୍ଜାମ ସହରରେ ଆଲୋଚନାର ବିଷୟ ପାଲଟିଛି। ଘଟଣା ଘଟିଛି ଗଞ୍ଜାମ ଥାନା ଇଲାକାରେ।
ମିଳିଥିବା ସୂଚନା ଅନୁଯାୟୀ, ରମ୍ଭା ଥାନା ଖଟୁଆକୁଦା ଗ୍ରାମର ରୋହିତ ଛଟେଇ ଶନିବାର ରାତି ପ୍ରାୟ ସାଢେ ଦଶଟା ସମୟରେ ନିଜ ବାଇକରେ ବ୍ରହ୍ମପୁରରୁ ଗ୍ରାମକୁ ଫେରୁଥିଲେ। ୧୬ମ୍ବର ଜାତୀୟ ରାଜପଥ ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଗୋଟିଏ ମୋଟର ସାଇକେଲରେ ଦୁଇଜଣ ଦୁର୍ବୃତ୍ତ ହଠାତ ରୋହିତଙ୍କୁ ଛାତି ଓ ମୁଣ୍ଡରେ ମାଉଜର ଲଗାଇ ୨୩ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ରୋହିତ ଗଞ୍ଜାମ ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ସୁମିତ୍ରା ପାତ୍ର ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବତ୍ତଙ୍କୁ ଟେର ପାଇ ପାରିନାହାନ୍ତି ।