ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଜାଜ୍‌ ଶୋ’ରୁମରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟଙ୍କା ଚୋରିକରି ନେଇଛନ୍ତି। ବୁଧବାର ସକାଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍‌, ଡଗ୍‌ ସ୍କ୍ବାର୍ଡ ଏବଂ ସୋରୁମରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଏବେ ଲୁଟେରାଙ୍କ ସୁରାକ୍‌ ପାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି।
ପ୍ରକାଶ ଯେ, ସୋରୁମ୍‌ ମାଲିକ ଆଲୋକ ଚନ୍ଦ୍ର ବାଜପେୟୀ ସଟର ଭଙ୍ଗା ଯାଇଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ପୋଲିସ ଉପସ୍ଥିତିରେ ଆଲୋକ ଶୋ’ରୁମ ଭିତରେ ପହଞ୍ଚତ୍ ଦେଖିବା ବେଳେ ସେ ଡ୍ରରେ ରଖିଥିବା ୮ ଲକ୍ଷ ୭୬ ହଜାର ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ଛାନ୍‌ଭିନ ଆରମ୍ଭ କରିଥିବା ଥାନାଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି।

Share