ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ ଘର ମାଲିକ ଘରେ ନ ଥିବାବେଳେ ଲୁଟ ହେଉଥିବା ଜଣାପଡିଛି। ସୋମବାର ଦ୍ୱିପ୍ରହରରେ ଜଣେ ବରିଷ୍ଠ ଓକିଲଙ୍କ ଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମତେ ଓକିଲ ଦେବେନ୍ଦ୍ରନାଥ ଗୁରୁ ଷ୍ଟେଟବ୍ୟାଙ୍କରେ ନିଜର ସଞ୍ଚିତ ଅର୍ଥ ୨ଲକ୍ଷ ଟଙ୍କା ଉଠାଇ କୋର୍ଟ ଛକ ନିକଟରେ ଥିବା ଡାକଘରକୁ ବାନ୍ଧିବାକୁ ଯାଉଥିଲେ। ଏକ ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ଡାକଘର ସମ୍ମୁଖରୁ ୨ ଲକ୍ଷଟଙ୍କା ଝାମ୍ପିନେଇ ପଳାଇଥିଲେ। ଦୁର୍ବୁତ୍ତମାନେ ଏକ କେଟିଏମ ବାଇକ ଯୋଗେ ବୁଟୁପାଲି ଠାରୁ ବଘିଆପଡା ଆଡକୁ ଚାଲିଯାଇଥିବା ଜଣାପଡିଛି ା କିଛି ସାମ୍ବାଦିକ ଦୁର୍ବୁତ୍ତଙ୍କ ପିଛା କରିଥିଲେ ମଧ୍ୟ ଟେର ପାଇପାରି ନ ଥିଲେ ା ଏନେଇ ଓକିଲ ଗୁରୁ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି।