ଚୋରା ବାଇକ୍‌ ଚାଲାଣକାରୀ ଗିରଫ

ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ପୋଲିସ ଦ୍ୱାରା ଏକ ବଡ ସଫଳତା ମିଳିଛିା ୯ଟି ଚୋରା ବାଇକ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ଚୋର ଓ ଦୁଇଜଣ ବାଇକ କ୍ରେତାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛିା ଆଜି ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀଥ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ଯେ, ଗତ ୨୫ ତାରିଖ ଦିନ କାଲିମେଳା ଥାନା ରାସବେଡା ଗ୍ରାମର ମହାଦେବ ଖିଲ ନାମକ ଜଣେ ବ୍ୟକ୍ତି କାଲିମେଳା ଥାନାରେ ତାଙ୍କ ବାଇକ ଚୋରି ହୋଇଥିବା ଅଭିଯୋଗ କରିଥିଲୋ ତାଙ୍କ ଅଭିଯୋଗକୁ ଭିତ୍ତିି କରି କାଲିମେଳା ପୋଲିସ ତଦନ୍ତ କରୁଥିବା ସମୟରେ କାଲିମେଳା ଏମ୍‌.ଭି. ୬୬ ଗ୍ରାମ ନିକଟରେ ଜଣେ ବ୍ୟକ୍ତି ବାଇକ୍‌ରେ ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରିବା ସମୟରେ ଏହି ବାଇକଟି ଚୋରା ବାଇକ୍‌ ବୋଲି ଜାଣିବାକୁ ପାଇଥିଲୋ ପରେ ଉକ୍ତ କ୍ୟକ୍ତିଙ୍କୁ ଗିରଫ କରି ପଚରା ଉଚୁରା କରିବାରୁ ସେ ଓଡିଶା ସହ ଆନ୍ଧ୍ରପ୍ରଦେଶରେ ମଧ୍ୟ କିଛି ବାଇକ ଚୋରି କରିଥିବା ସ୍ବୀକାର
କରିଥିଲୋ ଏଥିସହ ଏହି ବାଇକ ଗୁଡିକ କାଲିମେଳା ଥାନା ଅନ୍ତର୍ଗତ ଦାତୁନଗୁଡା ଗ୍ରାମର ଅର୍ଜୁନ ହନ୍ତାଳ ଓ କୁର୍ମାନୁର ଗ୍ରାମର ଦିପକ ମଣ୍ଡଳଙ୍କୁ ବିକ୍ରି କରୁଥିବା ପ୍ରକାଶ କରିଥିଲୋ ତାଙ୍କ ବୟାନକୁ ଆଧାର କରି ପୋଲିସ ଦିପକ ମଣ୍ଡଳ ଓ ଅର୍ଜୁନ ହନ୍ତାଳଙ୍କ ସହ ନେପାଳ କାଠମାଣ୍ଡୁ ଜିଲା ଲଳିତପୁର ଗ୍ରାମର ଗୋର୍କା ଜାନୁଙ୍କୁ ଗିରଫ କରି କାଲିମେଳା ଥାନା କେଶ୍‌ ନଂ. ୧୪୯/୨୩ରେ କୋର୍ଟ ଚାଲାଣ କରଛନ୍ତିା