ରାଜଧାନୀରେ ବୁଲୁଛି ଚୋରି ବାଇକ୍‌

ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍‌ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଯାବତ ତାଙ୍କ ଚୋରି ବାଇକ୍‌ ମିଳି ନ ଥିବାବେଳେ ଗତ ୭ତାରିଖରେ ଟ୍ରାଫିକ ପୋଲିସରୁ ତାଙ୍କ ମୋବାଇଲ ଫୋନକୁ ମେସେଜ ଆସିଛି। ଆପଣ ବିନା ହେଲମେଟ୍‌ରେ ରାଜଧାନୀରେ ବୁଲୁଥିବାରୁ ୧ହଜାର ଟଙ୍କା ଜରିମାନା ଭରିବାକୁ ଏହି ମେସେଜ୍‌ରେ ଉଲ୍ଲେଖ ରହିଛି।
ଛକରେ ଅଶୋକ ଏକ ପାନ ଦୋକାନ ଦେଇଛନ୍ତି। ବହୁ କଷ୍ଟରେ ବାଇକ ଖଣ୍ଡେ କରିଥିଲେ। ସେ ଗତ ମେ ୨୫ରେ ଗାଁରେ ହେଉଥିବା ଚନ୍ଦନଯାତ୍ରା ଦେଖିବା ଲାଗି ହୋଣ୍ଡା ସାଇନ ବାଇକ୍‌ (ନଂ. ଓଡି୩୩-ଏବି-୭୯୪୩) ଧରି ଯାଇଥିଲେ। ସେଠାରୁ ଫେରିବା ବେଳକୁ ତାଙ୍କ ବାଇକ ନ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଣେ ଗରିବ ପରିବାରର ହୋଇଥିବାରୁ ବାଇକ ଫେରି ପାଇବା ଲାଗି ଥାନାକୁ ବାରମ୍ବାର ଦୌଡୁଛନ୍ତି। ଏପର୍ଯ୍ୟନ୍ତ ବାଇକ୍‌ ମିଳି ନ ଥିବାବେଳେ ତଦନ୍ତ ଚାଲିଥିବା କହି ପୋଲିସ ଫେରାଉଛି। ଅନ୍ୟପକ୍ଷରେ ଜୁଲାଇ ୭ରେ ଭୁବନେଶ୍ୱର କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ତାଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ ଆସିଛି। ଭୁବନେଶ୍ୱର ରାଜମହଲରେ ଛକରେ ବିନା ହେଲ୍‌ମେଟରେ ଯାତ୍ରା କରୁଥିବାରୁ ତାଙ୍କୁ ଏକ ହଜାର ଟଙ୍କା ଜରିମାନା କରାଯାଇଥିବା ମେସେଜରେ ଉଲ୍ଲେଖ ରହିଛି। ଏହାଦେଖି ଅଶୋକ ଚିନ୍ତାରେ ପଡ଼ିଛନ୍ତି। ବାଇକ ଫେରିପାଇବାକୁ ସେ ଥାନାକୁ ଦୌଡ଼ୁଥିବାବେଳେ ଭୁୁବନେଶ୍ୱରରେ କିପରି ସେହି ବାଇକ୍‌ ଧରି ବିନା ହେଲମେଟ୍‌ରେ ବୁଲୁଥିଲେ ତାହା ପ୍ରଶ୍ନବାଚୀ ହୋଇଛି। ମେସେଜ ପାଇବା ପରେ ସେ ଥାନାକୁ ଜଣାଇଥିବା କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ରାଜଧାନୀରେ ଚୋରା ବାଇକ ବୁଲୁଥିବା ବେଳେ ପୋଲିସ କିପରି କିଛି ଜାଣିପାରୁନି ତାହା କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ତାଙ୍କ ବାଇକ୍‌ ଧରି କେହି ବୁଲୁଥାଏ ଏବଂ ସମ୍ପୃକ୍ତ ବ୍ୟକ୍ତି କୌଣସି ଆପରାଧିକ ମାମଲାରେ ଜଡ଼ିତ ହୁଅନ୍ତି, ତେବେ ସେଥିଲାଗି କିଏ ଦାୟୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି। କେହି ତାଙ୍କ ଚୋରି ବାଇକ ଧରି ଭୁବନେଶ୍ୱରରେ ବୁଲୁଥିବା ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଏନେଇ ଜଟଣୀ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି, ତାଙ୍କ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ୱର କମିଶନରେଟର ବିଭିନ୍ନ ଥାନା ସହ ଯୋଗାଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି. ଉଦୟଗିରି: ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ

ଜି ଉଦୟଗିରି,୧୧।୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତର ଲହରୀ ଜାରି ରହିଛି । ଶନିବାର ସର୍ବନିମ୍ନ ତାପମାତ୍ରା ୪....

ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି: କିଷାନ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): କୃଷି ଋଣ ଛାଡ଼ କରିବା, ମଣ୍ଡି ଖୋଲି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ସହିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା...

ଖଳା ନିକଟରୁ ବୋମା ଭର୍ତ୍ତି ବ୍ୟାଗ ଜବତ: ସହରରେ ଗୋଷ୍ଠୀ ସଂଘର୍ଷ ଏଡାଇବାକୁ ପୋଲିସର ପ୍ରୟାସ

ବ୍ରହ୍ମପୁର, ୧୧।୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହର ଏବେ ଧୀରେ ଧୀରେ ପୁଣିଥରେ ଅଶାନ୍ତ ଆଡକୁ ଗତି କରୁଛି। ନୂତନ ଭାବେ ଯୁବଗୋଷ୍ଠୀ ଅପରାଧ ଦୁନିଆରେ...

ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

ମାଲକାନଗିରି,୧୧।୧(ଦୁର୍ଯ୍ୟୋଧନ ପାତ୍ର): ମାଳକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବରେ...

ଢେମସା, ବଜାସାଲରେ ଦୁଲୁକିଲା ମଞ୍ଚ

କୋକସରା,୧୧ା୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ସାରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ। ନର୍ଲା ବିଧାୟିକା...

ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼

କଟକ,୧୧।୧: ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ଏଭଳି ଘଟଣା କଟକ ସଦର ଥାନା ସୁଭଦ୍ରାପୁରରେ ଘଟିଛି। ବୋମାମାଡର କାରଣ ଅସ୍ପଷ୍ଟ...

ଶ୍ରୀକୃଷ୍ଣ, ବଳରାମଙ୍କୁ ଭେଟିଲେ ଅକ୍ରୂର

ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ଉଭୟ ମଥୁରା ନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।...

ନବ ଦାସଙ୍କ ପୁଅଙ୍କୁ ନେଇ ତେଜିଲା ରାଜନୀତି

ଝାରସୁଗୁଡ଼ା,୧୧।୧(ଆଶିଷ ରଞ୍ଜନ ଦାଶ)”ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳଙ୍କୁ ନେଇ ସ୍ଥାନୀୟ ରାଜନୀତି ଜୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image