ଅମରପାଲି,୮ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇସ୍ଥିତ ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଗ୍ରୀଲ୍ କାଟିବା ସହ ତାଲା ଭାଙ୍ଗି ହୁଣ୍ଡି ଚୋରି କରିଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ହୁଣ୍ଡିକୁ ଟେକିନେଇ ଟଙ୍କା ଲୁଟିିନେବା ପରେ ମନ୍ଦିର ପଛପଟେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି ।
ଶୁକ୍ରବାର ସକାଳେ ମନ୍ଦିରର ପୂଜକ ଏହା ଦେଖିବା ପରେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ। ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାର ଏକ ସ୍ବତନ୍ତ୍ର ଟିମ୍ ଏସ୍ଆଇ କବୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ପୋଲିସ ଏନେଇ ଟ୍ରଷ୍ଟର କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛି। ହୁଣ୍ଡିରେ ସମୁଦାୟ କେତେ ଟଙ୍କା ଓ ଆଉ କ’ଣ ସବୁ ଜିନିଷ ଥିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ୨୦୨୧ ସେପ୍ଟେମ୍ବର ୧୫ ରେ ପାତାଳୀ ଶ୍ରୀକ୍ଷେତ୍ରରୁ ହୁଣ୍ଡି ଚୋରି ହୋଇଥିଲା । ସେତେବେଳେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ ଅଦ୍ୟାବଧି ଚୋରକୁ ଧରିବାରେ ସକ୍ଷମ ହୋଇନାହିଁ ା ପାତାଳୀ ଶ୍ରୀକ୍ଷେତ୍ରରୁ ଏଭଳି ବାରମ୍ବାର ଚୋରି ଘଟଣା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ପୋଲିସ ପକ୍ଷରୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ା