ଗୋପାଳପୁର,୯ା୨(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ସାନକୁଶସ୍ଥଳି ଗ୍ରାମର ସାଇବାଣୀ ସେଠୀ ନିଜ ସ୍ବାମୀଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୫ ତାରିଖରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଘରେ କେହି ନ ଥିବାର ସୁଯୋଗନେଇ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଘରେ ପଶି ଆଲମାରୀ ଭାଙ୍ଗି ୩ ଭରି ସୁନା ଅଳଙ୍କାର, ୩ ବସ୍ତା ଧାନ ସହ ମୂଲ୍ୟବାନ କାଗଜପତ୍ର ନେଇଯାଇଛନ୍ତି। ଏନେଇ ଗୁରୁବାର ସକାଳେ ତାଙ୍କ ସମ୍ପର୍କୀୟ ଉଦୟ ସେଠୀ ଘର କବାଟ ଖୋଲାଥିବା ଦେଖି ସାଇବାଣୀଙ୍କୁ ଫୋନ କରି ଜଣାଇଥିଲେ। ସାଇବାଣୀ ଘରେ ପହଞ୍ଚି ଚୋରି ହୋଇଥିବା ଜାଣି ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୪୯/୨୩) ରୁଜୁ କରିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି।