କୁଶଳେଶ୍ୱର ଶିବ ମନ୍ଦିରରୁ ଚୋରି

ଆନନ୍ଦପୁର/ଘସିପୁରା,୧ା୬(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଦେଓଗାଁର ପ୍ରସିଦ୍ଧ କୁଶଳେଶ୍ୱର ମହାଦେବଙ୍କ ପୀଠରୁ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପାରେ ନିର୍ମିତ ଏହି ମୂର୍ତ୍ତିର ଓଜନ ୧୦ କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ବୁଧବାର ପ୍ରତ୍ୟୁଷରୁ ପୂଜକ ନୀତିକାନ୍ତି କରିବା ପାଇଁ ଆସିଥିବାବେଳେ ମନ୍ଦିରର ତାଲା ଭାଙ୍ଗି ମୂର୍ତ୍ତି କିଏ ଚୋରାଇ ନେଇଥିବା ଜାଣିବାକୁ ପାଇଥିଲେ। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ପବିତ୍ର କରାଯାଇ ନୀତିକାନ୍ତି ସ୍ବାଭାବିକ କରାଯାଇଥିବା ପୂଜକ ଧର୍ମାନନ୍ଦ ପତି ସୂଚନା ଦେଇଛନ୍ତି।

Share