ଘର ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ

ଜି.ଉଦୟଗିରି,୨୦ା୧୧(ଡି.ଏନ୍‌.ଏ.): କିଛି ମାସର ବ୍ୟବଧାନ ପରେ ପୁଣି ଜି.ଉଦୟଗିରି ସହରରେ ଚୋର ଦଳ ମାତିଛନ୍ତି। ଶନିବାର ଶ୍ରୀରାମ ପଦାଠାରେ ନୂତନ ଭାବେ ନିର୍ମିତ ଏକ ସରକାରୀ ବାସଗୃହରେ ଠିକାଦାର ଏକ ଲୁହା ଗ୍ରୀଲ ଲଗାଇ ଆସିଥିଲେ। ହେଲେ ରବିବାର ସକାଳେ ଦେଖିଲା ବେଳକୁ ଗ୍ରୀଲକୁ କିଏ ତାଡି ନେଇଯାଇଛି। ତା’ ସହ ଘରେ ଥିବା ଏକ କଟର ମେଶିନ ଓ ଶାବଳ ମଧ୍ୟ ଚୋରି ହୋଇଯାଇଛି। ଏତେ ବଡ଼ ଲୁହା ଗ୍ରୀଲ ଚୋରି ହେବା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ଠିକାଦାର ଜଣଙ୍କ କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।