ମିଳିଲା ଚୋରି ଅଳଙ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଭଦ୍ରକ,୨୯।୬(ସନାତନ ରାଉତ ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଂଘାମହଲା ଗ୍ରାମରୁ ଗତ ୭ତାରିଖରେ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାରକୁ ପୁରୁଣାବଜାର ପୋଲିସ ଜବତ କରିଛି l

ଗ୍ରାମର ମୀରଆସିକ ରହେମନଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୧୭୨/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଳଙ୍କାର ଚୋରି କରିଥିବା ନଂଘାମହାଲର ସେହେୱାଜ ଖାଁ ଏବଂ ଚୋରି ଅଳଙ୍କାର କିଣିଥିବା ଶେକନୁର୍‌ ଇସଲାମଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଚୋରି ହୋଇଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ସହ ୧ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଥିବା ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି l ସେହେୱାଜ ଅନ୍ୟ ଏକ ମାମଲା (ନଂ.୧୮୨/୨୩)ରେ ସମ୍ପୃକ୍ତ ଥିବା ପୋଲିସ କହିଛି।