ଚୋରି ହୋଇଥିବା ସାଇକ୍ରିଷ୍ଣା ବସ ଦୁର୍ଘଟଣା ଗ୍ରସ୍ତ, ରହସ୍ୟଘେରରେ…. 

ଗଞ୍ଜାମ,୮।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଆସିକା ଅଞ୍ଚଳରୁ ଚୋରି ହୋଇଥିବା ସାଇ କ୍ରିଷ୍ଣା ବସ୍‌ ଗଞ୍ଜାମରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ନ ଥିବା ବେଳେ କିଏ କାହିଁକି ଗାଡି ଚୋରି କରିଛି ତାହା  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବରପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବସକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛ। ବସଟି ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସି ଦିଭାଇଡର ଡେଇଁ ଅପର ପାର୍ଶ ଏକ ଢ଼ାବା ନିକଟସ୍ଥ ରୋଡ଼ ତଳକୁ ପଶିଯାଇଛ।
ଖବର ପାଇ ବସ ମାଲିକଙ୍କ ଭଣଜା ସୂର୍ଯ୍ୟ ନାରାୟଣ ପଲାଇ, ପୁତୁରା ବିକାଶ ପଳେଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଉଠାଇବା ବ୍ୟବସ୍ତା କରିଛନ୍ତି । ବିକାଶଙ୍କ କହିବା ଅନୁଯାୟୀ  ଆସିକା ବସ ଷ୍ଟାଣ୍ଡରେ ପ୍ରାୟ ୧୪ ବସ ଥିଲା। ରାତି ପ୍ରାୟ ଦିଟାରେ କେହି ଦୃବୁତ ଚୋରୀ କରି ନେଇଥିବା ସିସିଟିଭି ଫୁଟେଜରୁ ଜଣା ପଡିବା ପରେ ଆସିକା ଥାନାରେ ଅଭିଯୋଗ କରାଯାଇଛି l ପୋଲିସ ସେଠାରେ ଗାଡିକୁ ଜଗିଛି।

Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ

ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨...

ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି

ବାଷ୍ଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେଠାର ଏକ କାର୍ଯ୍ୟକ୍ରମରେ ଭାରତର ନିର୍ବାଚନ କମିଶନଙ୍କ...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image