ଗଞ୍ଜାମ,୮।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଆସିକା ଅଞ୍ଚଳରୁ ଚୋରି ହୋଇଥିବା ସାଇ କ୍ରିଷ୍ଣା ବସ୍ ଗଞ୍ଜାମରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଗାଡି ଭିତରେ କେହି ନ ଥିବା ବେଳେ କିଏ କାହିଁକି ଗାଡି ଚୋରି କରିଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବରପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବସକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛ। ବସଟି ଭୁବନେଶ୍ୱର ପଟୁ ଦ୍ରୁତ ଗତିରେ ଆସି ଦିଭାଇଡର ଡେଇଁ ଅପର ପାର୍ଶ ଏକ ଢ଼ାବା ନିକଟସ୍ଥ ରୋଡ଼ ତଳକୁ ପଶିଯାଇଛ।
ଖବର ପାଇ ବସ ମାଲିକଙ୍କ ଭଣଜା ସୂର୍ଯ୍ୟ ନାରାୟଣ ପଲାଇ, ପୁତୁରା ବିକାଶ ପଳେଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଉଠାଇବା ବ୍ୟବସ୍ତା କରିଛନ୍ତି । ବିକାଶଙ୍କ କହିବା ଅନୁଯାୟୀ ଆସିକା ବସ ଷ୍ଟାଣ୍ଡରେ ପ୍ରାୟ ୧୪ ବସ ଥିଲା। ରାତି ପ୍ରାୟ ଦିଟାରେ କେହି ଦୃବୁତ ଚୋରୀ କରି ନେଇଥିବା ସିସିଟିଭି ଫୁଟେଜରୁ ଜଣା ପଡିବା ପରେ ଆସିକା ଥାନାରେ ଅଭିଯୋଗ କରାଯାଇଛି l ପୋଲିସ ସେଠାରେ ଗାଡିକୁ ଜଗିଛି।