ଚୋରାକାଠ କାରଖାନା ଠାବ: ଆସବାବପତ୍ର ଜବତ, ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ବଲାଣିଠାରେ ୨୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଚାଲିଥିବା ଏକ ବେଆଇନ କାଠ କାରଖାନାକୁ ବନ ବିଭାଗ ରବିବାର ଠାବ କରିଛି। ଏପରିକି କାରଖାନାରୁ ୫ଲକ୍ଷ ଟଙ୍କାର ଚୋରାକାଠ ଏବଂ ଆସବାବପତ୍ର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସେ ହେଲେ ବଲାଣି ଶାନ୍ତିନଗରସ୍ଥିତ ବିର୍ସା ହଟିଂରେ ରହୁଥିବା ସୁକାନ୍ତ ମହାରଣା।

ମିଳିଥିବା ସୂଚନା ମୁତାବକ, ବଲାଣିସ୍ଥିତ ଶାନ୍ତିନଗରରେ ୨୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ବେଆଇନ ଭାବେ ଏକ କାଠ କାରଖାନା ଚାଲିଥିବା ବନବିଭାଗକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏନେଇ ବନ କର୍ମଚାରୀ ରବିବାର ଚଢାଉ କରି ସେହି କାରଖାନାକୁ ଠାବ କରିଥିଲା। ଚଢାଉ ବେଳେ ଅଧିକାରୀମାନେ କାରଖାନାରୁ ୪ରୁ ୫ ଲକ୍ଷ ଟଙ୍କାର ବହୁ ମୂଲ୍ୟବାନ ଶାଗୁଆନ, ଶାଳ, ପିଆଶାଳ ଓ କୁରୁମ କାଠଗଣ୍ଡି, ପଟା ଜବତ କରିଥିଲେ। ଏପରି କି ବିଭିନ୍ନ କାଠରେ ନିର୍ମିତ ଆସବାବପତ୍ର ସହ ମେଶିନ ଆଦି ଜବତ କରାଯାଇଛି।

ଜବତ କାଠ ଏବଂ ମେଶିନକୁ ବଡବିଲ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡିଛି। କାଠର ଅନୁମାନିକ ମୂଲ୍ୟ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

କେନ୍ଦୁଝର ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିବା ବନାଞ୍ଚଳ ଅଧିକାରୀ ଶିବ କୁମାର ରାଉତ କହିଛନ୍ତି। ଘଟଣାସ୍ଥଳରୁ କାଠ କାରଖାନା ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ସୁକାନ୍ତଙ୍କୁ ଗିରଫ କରାଯାଇଛି।

ସୁକାନ୍ତଙ୍କଠାରୁ କାଠ କାଟିବା ପାଇଁ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଓ ନଥିପତ୍ର ଜବତ କରାଯାଇଛି। ଚଢ଼ାଉ ବେଳେ ଅନ୍ୟ କେତେକ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ବନାଞ୍ଚଳ ଅଧିକାରୀ କହିଛନ୍ତି, ଏହି କାରବାର ଦୀର୍ଘ ବର୍ଷ ଧରି ଚାଲିଥିଲା ଏବଂ ବଲାଣି, କିରିବୁରୁ, ସାନ୍ତବାହାଳ, ଉଲିବୁରୁ, ଗୁଆଲି ଓ ଝାଡଖଣ୍ଡରୁ ଏହି କାରଖାନାକୁ କାଠ ଯୋଗାଣ ହେଉଥିବା ସନ୍ଦେହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image