ପଥର ମୂର୍ତ୍ତିର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ, କାରଣ ଜାଣିଲେ…

ଗୋଟିଏ ପଥରର ଦାମ୍‌ ଯେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏକ ପୁରୁଣା ପଥର ଯାହାର ଆକୃତି ଆମେରିକୀୟ ଅଭିନେତ୍ରୀ, ମଡେଲ କିମ୍‌ କାର୍ଦଶିୟାନଙ୍କ ଶରୀର ସହ ମେଳ ଖାଉଛି। ଏହି ପଥରର ଦାମ୍‌ ୧ କୋଟି ୧୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ପଥର ପ୍ରାୟ ୨୫ ହଜାର ବର୍ଷ ତଳର। ବିଶେଷଜ୍ଞଙ୍କ ମତରେ ଏହି ପଥର ପ୍ରାଗ୍‌ ଐତିହାସିକ ଯୁଗର। ଆଉ ଏହା ପ୍ରଜନନର ପ୍ରତୀକ ମଧ୍ୟ। ଯାହାକି ଆମେରିକୀୟ ମଡେଲ କିମ୍‌ କାର୍ଦଶିୟାନଙ୍କ ଶରୀର ପରି ଦେଖାଯାଉଛି। ସୋମବାର ଏକ ବ୍ରିଟିଶ ପରିବାର ଏହି ପଥରକୁ ପ୍ରାୟ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମ କରିଥିଲେ। ପରେ ଏହା ୧ କୋଟି ୧୫ ଲକ୍ଷ ଟଙ୍କାରେ ଲଣ୍ଡନର ମେଫେୟାରରେ ବିକ୍ରି କରିଛନ୍ତି।

ଏକ ସାକ୍ଷାତକାରରେ ବ୍ରିଟେନର କ୍ରିସ୍‌ ବ୍ରେନ୍‌ କହିଛନ୍ତି, ଆମେ ୧୯୬୦ ପୂର୍ବରୁ ଏ ବିଷୟରେ କିଛି ଜାଣି ନ ଥିଲୁ। ଏହାକୁ ଆମ ପରିବାର ଲୋକ ପାଖରେ ରଖିଥିଲେ। ଏହାକୁ ଆମ ଘରର ଡିସ୍‌ପ୍ଲେ କ୍ୟାବିନେଟ୍‌ରେ ସଜାଇ ରଖିଥିଲୁ। କାରଣ ପରିବାର ଲୋକ ଜାଣିଥିଲେ ଏହା ଦୁର୍ଲଭ ଅଟେ।

ମାତ୍ର ଆମେ ଏହା ଜାଣି ନ ଥିଲୁ ଏତେ ଟଙ୍କାରେ ବିକ୍ରି ହେବ ବୋଲି। ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର ଭେନସ ଟାଇପ୍‌ ଫିଗର ରହିଛି। ଯାହା କାମୁକ ପରି। ଏହା ଦେଖିବା ପରେ ଲୋକେ କହିଛନ୍ତି, ପଥରଟି ସମ୍ପୂର୍ଣ୍ଣ କିମ୍‌ କାର୍ଦଶିୟାନଙ୍କ ଫିଗର ବା ଚେହେରା ପରି। ଏହି ପଥର ଉତ୍ତର ୟୁରୋପରେ ମିଳିଥାଏ। ଯାହାକୁ ମ୍ୟୁଜିୟମରେ ରଖାଯାଇଛି।

Share