ଓଲଟିଲା ପଥର ବୋଝେଇ ଟ୍ରକ, ଡ୍ରାଇଭର ମୃତ

ଭୁବନେଶ୍ୱର,୪।୭: ଖୋର୍ଦ୍ଧାରୁ ଭୁବନେଶର ଆସୁଥିବା ଏକ ପଥର ବୋଝେଇ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥ ଜାଆଁଳା ନିକଟରେ ମଙ୍ଗଳବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ(ନଂ.ଓଆର୦୯-ଇ ୩୬୬୨) ଭାରସାମ୍ୟ ହରାଇ ରାସ୍ତା ମଝି ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ଫଳରେ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥି ସହିତ ଟ୍ରକରେ ଥିବା ପଥର ରାସ୍ତାରେ ପଡିବାରୁ ବିପରିତ ଦିଗରୁ ଆସୁଥିବା ଏକ କାର୍‌ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକ ଏବଂ ଜେସିବି ମେଶିନ ସହାୟତାରେ ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଛି। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ।

Share